୧୯ ଘଣ୍ଟାରେ ୫୦ କୋଭିଡ୍ ସଂକ୍ରମିତ ଭାରତୀୟ ବୈଜ୍ଞାନିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା

1 min read

ନୂଆଦିଲ୍ଲୀ: ମଧ୍ୟ ଏସିଆରେ ଭାରତର ୫୦ ଜଣ କୋଭିଡ୍ ସଂକ୍ରମିତ ବୈଜ୍ଞାନିକ ଫସି ରହିଥିଲା । ସେମାନଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କରିଛି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ବୈଜ୍ଞାନିକମାନଙ୍କୁ ଦେଶକୁ ଫେରାଇ ଅଣାଯାଇଛି । ସି-୧୭ ବିମାନ ଯୋଗେ ଏହି ଉଦ୍ଧାର କାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ଦୀର୍ଘ ୧୯ ଘଣ୍ଟାର ଏହି ମିଶନ ଏବେ ସଫଳ ହୋଇଛି । ଘଟଣା ଅନୁଯାୟୀ, ମଧ୍ୟ ଏସିଆ ଦେଶରେ କାର୍ଯ୍ୟ କରୁଥିବା ଏହି ବୈଜ୍ଞାନିକମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସଂପୃକ୍ତ ଦେଶରେ ସ୍ୱାସ୍ଥ୍ୟ ସମ୍ୱନ୍ଧିତ ସ୍ଥିତି ଏବେ ଗୁରୁତର ରହିଥିବା ହେତୁ ସେଠାରେ ଚିକିତ୍ସା ସୁବିଧାରେ ସମସ୍ୟା ହୋଇପାରେ । ତେଣୁ ବାଧ୍ୟ ହୋଇ ସେମାନେ ଦେଶକୁ ଫେରିବାକୁ ଚାହିଁଥିଲେ । ଏଥିରେ ଭାରତୀୟ ବାୟୁସେନା ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲା ।

ଏହାପରେ ସି-୧୭ ବିମାନ ଦିଲ୍ଲୀରୁ ମଧ୍ୟ ଏସିଆ ଅଭିମୁଖେ ଯାତ୍ରା କରିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ବସ୍ତୁ ସାଙ୍ଗରେ ନେଇ ଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ମଧ୍ୟ ଏସିଆ ଦେଶରେ ପହଞ୍ଚିବା ପାଇଁ ବାୟୁସେନାକୁ ୯ ଘଣ୍ଟା ଲାଗିଥିବା ବେଳେ ଫେରିବା ପୂର୍ବରୁ ଉଦ୍ଧାର ପାଇଁ ୨ ଘଣ୍ଟା ସମୟ ଲାଗିଥିଲା ।

Leave a Reply