Tokyo Paralympics: କ୍ରିଷ୍ଣା ନାଗର ଜିତିଲେ ସ୍ୱର୍ଣ୍ଣ, ରୌପ୍ୟ ହାତେଇଲେ ଆଇଏଏସ ଅଧିକାରୀ

1 min read

ଟୋକିଓ: ଟୋକିଓ ପାରା ଅଲମ୍ପିକ୍ସରେ ଦିନକୁ ଦିନ ପଦକ ବର୍ଷା ହେବାରେ ଲାଗିଛି। ଆଜି ପୁଣିଥରେ ଦେଶକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ। ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ SH6ରେ ଗୋଲ୍ଡ ମେଡାଲ ଜିତିଛନ୍ତି କ୍ରିଷ୍ଣା ନାଗର। ଏହାକୁ ମିଶାଇ ଟୋକିଓ ପାରା ଅଲମ୍ପିକ୍ସରେ ଦେଶକୁ ମିଳିଛି ମୋଟ୍ ୫ଟି ଗୋଲ୍ଡ ମେଡାଲ । କ୍ରିଷ୍ଣା ହଂକଂର ଏହି ବର୍ଗରେ କାଇ ମାନ ଚୁ ଙ୍କୁ ହରାଇ ବାଜି ମାରିନେଇଛନ୍ତି।

ସେହିପରି ପାରା ଅଲମ୍ପିକ୍ସରେ ଜଣେ ଆଇଏଏସ ଅଧିକାରୀ ଦେଶ ପାଇଁ ଆଣି ଦେଇଛନ୍ତି ପଦକ। ପ୍ରଥମ IAS ଅଧିକାରୀ ଭାବେ ସେ ଅଲମ୍ପିକ୍ସରେ ପଦକ ହାସଲ କରିଛନ୍ତି। ଦେଶ ପାଇଁ ରୌପ୍ୟ ପଦକ ଆଣିଥିବା ବ୍ୟକ୍ତି ହେଉଛନ୍ତି ସୁହାସ ଏଲ ୟଥିରାଜ। ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗିଲ ଏସଏଲ-୪ବର୍ଗରେ ଜିତିଛନ୍ତି ରୌପ୍ୟ ପଦକ। ଖାସ୍ କଥା ହେଉଛି ଉତ୍ତରପ୍ରଦେଶ ନୋଇଡା ଜିଲ୍ଲାପାଳ ଅଛନ୍ତି ୟଥିରାଜ।

ତେବେ ସୁହାସ ଏଲ ୟଥିରାଜଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସଫଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ IAS ଅଧିକାରୀ ଭାବେ ଅଲମ୍ପିକ୍ସରେ ପଦକ ହାସଲ କରିଛନ୍ତି ସୁହାସ।

ସେପଟେ ୟଥିରାଜଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଣେ ଆଇଏଏସ ହୋଇ ପାରା ଅଲମ୍ପିକ୍ସ ବ୍ୟାଡମିଣ୍ଟନରେ ସଫଳତା ଖୁସି ବ୍ୟକ୍ତ କରିବା ସହ ଉଜ୍ଜବଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply