ମୁଖ୍ୟମନ୍ତ୍ରୀ ନୀତିଶ ଓ ଅନ୍ୟ ଶୀର୍ଷ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲେ ଆଇଏଏସ୍ ଅଧିକାରୀ

BJP Bihar Plan Nitish Kumar To Rajya Sabha

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ରାଜ୍ୟର ଅନ୍ୟ ଶୀର୍ଷ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଜଣେ ଆଇଏଏସ୍ ଅଧିକାରୀ ।  ୧୯୮୭ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ସୁଧୀର କୁମାର ଦ୍ୱିପ୍ରହରରେ ଗରଦାନିବାଗ୍ ପୋଲିସ ଷ୍ଟେସନ୍‌ରେ ପହଞ୍ଚିଥିଲେ ଏବଂ ତାଙ୍କ ଲିଖିତ ଅଭିଯୋଗର କପି ଦେବାକୁ ଥାନାଧିକାରୀଙ୍କୁ କହିଥିଲେ । ଆଉ ଏଥିଲାଗିି ତାଙ୍କୁ ପାଖାପାଖି ୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିବା କହିଛନ୍ତି ।  ରାଜ୍ୟ ରାଜସ୍ୱ ବୋର୍ଡର ସଦସ୍ୟ ଥିବା ଏହି ଅଫିସରଙ୍କ ମୁତାବକ ମାମଲାଟି ଦୁର୍ନୀତି ସମ୍ପର୍କିତ । ଯେଉଁଥିରେ ଉପରସ୍ଥ ଅଧିକାରୀଙ୍କ ଠାରୁ ତଳସ୍ତରର କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।

        ତେବେ ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ନାମ ନିଆଯାଇଥିବା କଥାକୁ ମଧ୍ୟ ସେ ସ୍ୱୀକାର କରିଛନ୍ତି । ତେବେ ସେ ଅଭିଯୋଗ କରଥିବା ଅନ୍ୟ ଜଣେ ଅଧିକାରୀ ହେଲେ ମନ୍ନୁ ମାହାରାଜ । ଯାହାକୁ ଡିଆଇଜି ରାଙ୍କଙ୍କୁ ପ୍ରମୋଟ କରାଯାଇଛି କିନ୍ତୁ ଏବେ ମଧ୍ୟ ସେଠାରେ ହିଁ ସେ କାର୍ଯ୍ୟ କରିଆସୁଛନ୍ତି । ଅପରପକ୍ଷରେ ଅଭିଯୋଗର କପି ନେଇ ୪ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିବାରୁ ଗଣମାଧ୍ୟମ ସମ୍ମୁଖରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହିତ ସେ ପୂର୍ବରୁ ଦାୟର କରିଥିବା ମାମଲାର ଅଗ୍ରଗତି ନେଇ ଯାଞ୍ଚ କରିବାକୁ ଆସିଥିବା କହିଛନ୍ତି ।  ଅପରପକ୍ଷରେ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ମାମଲାର ତଦନ୍ତ ଦାବି କରିବା ସହ ତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ କହିଛନ୍ତି ।

Leave a Reply