IASସ୍ତରରେ ଅଦଳବଦଳ: ବିଶାଳ ଦେବ ହେଲେ ଅର୍ଥ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।  ଆଇଏଏସ୍ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି । ସେ ବର୍ତ୍ତମାନ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବଙ୍କୁ ଅର୍ଥ ବିଭାଗ ପ୍ରମୁଖ ସଚିବ ଭାବେ ନୂଆ ନିଯୁକ୍ତି ମିଳିଛି । ଅପରପକ୍ଷରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଥିବା ଡି.କେ ସିଂହଙ୍କୁ ଷ୍ଟିଲ୍ ଏବଂ ଖଣିଜ ସମ୍ପଦକ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ସେହିଭଳି ଷ୍ଟିଲ୍ ଏବଂ ଖଣିଜ ସମ୍ପଦ ବିଭାଗ ପ୍ରମୁଖ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଏଥିସହି ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ସୁରେନ୍ଦ୍ର କୁମାର । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ଆର ଭିନେଲ୍‌କ୍ରିଷ୍ଣାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟପାର ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁରୀ ପ୍ରଶାସନ ନଜରରେ ବକୁଳ ବନ, ଉନ୍ନତିକରଣ ନେଇ ପର୍ଯ୍ୟଟନ ବିଭାଗର ପଦକ୍ଷେପ

Leave a Reply