Cyber Crime : ଫସିଗଲେ ଆଇବି ଅଧିକାରୀ, ଗୋଟିଏ କ୍ଲିକ୍‌ରେ ଉଡ଼ିଗଲା ୨ ଲକ୍ଷ

1 min read

ନୂଆଦିଲ୍ଲୀ: ସାଇବର ଠକେଇର ଶିକାର ହେଲେ ଆଇବି(ଇଣ୍ଟେଲିଜେନ୍ସ ବ୍ୟୁରୋ)ର ସହ ନିର୍ଦ୍ଦେଶକ। ଲୁଟେରା ତାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୨ ଲକ୍ଷ ୧୦ ହଜାର ଟଙ୍କା ନିଜ ପାଖକୁ ଟ୍ରାନ୍ସଫର କରିନେଇଛନ୍ତି । ଏହା ଜାଣିବା ପରେ ସେ କୋଟଲା ମୁବାରକପୁର ପୋଲିସ ଷ୍ଟେସନରେ ଏ ନେଇ ଏକ ଏଫଆଇଆର ଦାୟର କରିଛନ୍ତି।

ଆଇବି ଅଧିକାରୀ ଏସ୍. ମୁର୍ମୁ କିଦୱାଇ ନାଗର ଅଞ୍ଚଳରେ ଟାଇପ୍-୪ ଫ୍ଲାଟରେ ରୁହନ୍ତି।  ମୁର୍ମୁ କହିଛନ୍ତି ଯେ ଜାନୁଆରୀ ୩୦ ଅପରାହ୍ନରେ ତାଙ୍କ ଆକାଉଣ୍ଟରୁ କେହି ଜଣେ ତାଙ୍କୁ ଅନଲାଇନରେ ଠକିଥିଲେ। ପୋଲିସ  କହିଛି ଯେ କେହି ତାଙ୍କ ମୋବାଇଲକୁ ଏକ ମେସେଜ ପଠାଇଥିଲେ । ମୁର୍ମୁ ସେହି ମେସେଜ ଉପରେ କ୍ଲିକ କରିବା ମାତ୍ରେ ତାଙ୍କ ଆକାଉଣ୍ଟ ଖାଲି ହୋଇଗଲା। ତାଙ୍କ ଆକାଉଣ୍ଟରେ ଦୁଇ ଲକ୍ଷ ୧୦ହଜାର ଟଙ୍କା ଥିଲା। ବର୍ତ୍ତମାନ ଜିଲ୍ଲାର ସାଇବର ଟିମ୍ ଏହି ସାଇବର ଠକମାନଙ୍କୁ ଖୋଜୁଛି।

ସୂଚନାଯୋଗ୍ୟ, ସେହି କୋଟାଲା ମୁବାରକପୁର ଥାନା ଅଞ୍ଚଳରୁ ହିଁ ଗତ ଜାନୁଆରୀ ୧୨ରେ ଜମ୍ମୁ-କଶ୍ମୀର ହାଉସର ଏକ ସରକାରୀ କାର୍ ଚୋରି ହୋଇଥିଲା। ୨୫ ଦିନ ପରେ ବି ଦିଲ୍ଲୀ ପୋଲିସକୁ ଏହି ଚୋରି କାର୍ ବିଷୟରେ କୌଣସି ସୁରାଗ ମିଳିନାହିଁ । ଅନ୍ୟପଟେ ସାଉଥ ଦିଲ୍ଲୀର ମହରୋଲି ଅଞ୍ଚଳରେ ଗୁରୁବାର ରାତିରେ ତିନି ଜଣ ଲୁଟେରା ଜଣେ ଯୁବକଙ୍କୁ ରାସ୍ତା ଉପରରେ ଲୁଟିଥିଲା । ଏହି ଯୁବକ ଜଣ ମଧ୍ୟ କେନ୍ଦ୍ର ଗୃହ ମନ୍ତ୍ରାଳୟରେ କାମ କରନ୍ତି।

 

 

Leave a Reply