ବ୍ୟାଙ୍କିଂ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (IPBS) ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା । ବ୍ୟାଙ୍କ କ୍ଲର୍କ ନିଯୁକ୍ତି ପାଇଁ ପଦ ସଂଖ୍ୟା ବୃଦ୍ଧି ପାଇଛି । ମୋଟ ୨୧୫୧ଟି କ୍ଲର୍କ ପଦ ବୃଦ୍ଧି ପାଇଥିବା ବେଳେ ମୋଟ ପଦ ସଂଖ୍ୟା ୧୫,୬୮୪ରେ ପହଞ୍ଚିଛି । ସବୁଠାରୁ ବଡ଼ କଥା ହେଉଛି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପଦ ସଂଖ୍ୟା ବଢ଼ିଛି । ବ୍ୟାଙ୍କ ପ୍ରିଲିମିନାରୀ କ୍ବାଲିଫାଇ କରି ସାରିଥିବା ଆଶାୟୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ବସ୍ତିକର ବିଷୟ । ଯେଉଁମାନେ ପ୍ରିଲିମ୍ସ କ୍ଲିୟର କରିସାରିଥିବେ, ସେମାନେ ଏହାର ଫାଇଦା ଉଠାଇ ପାରିବେ । ଆଇବିପିଏସ ପକ୍ଷରୁ ଏହି ଘୋଷଣା ପରେ ଏବେ ପ୍ରିଲିମ୍ସ କଟ୍ ଅଫ୍ ମାର୍କ ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି ।
ସୂଚନାଯୋଗ୍ୟ ଯେ, ପ୍ରାରମ୍ଭରୁ କ୍ଲର୍କ ନିଯୁକ୍ତି ୨୦୨୫ ପାଇଁ ୧୦,୨୭୭ଟି ଖାଲି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା । ତା’ପରେ ଦୁଇଥର ପଦ ସଂଖ୍ୟା ବୃଦ୍ଧି ପରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ତାହା ବଢ଼ି ୧୩,୫୩୩ ହୋଇଥିଲା ଓ ଦ୍ବିତୀୟ ପର୍ଯ୍ୟାୟରେ ଏବେ ଆଉ ୨,୧୫୧ ନୂଆ ପଦ ଯୋଡ଼ା ଯାଇଛି । ଉତ୍ତରପ୍ରଦେଶରେ ମୋଟ ୨୭୮୧ଟି ପଦ, ବିହାରରେ ୭୬୦ଟି ପଦ, ମଧ୍ୟପ୍ରଦେଶରେ ୯୫୮ଟି ପଦ, ରାଜସ୍ଥାନରେ ୪୦୮ଟି ପଦ ବୃଦ୍ଧି ପାଇଛି । ସମ୍ପୂର୍ଣ୍ଣ ସଂଶୋଧିତ ପଦ ସଂଖ୍ୟାର ସୂଚୀ ଅଫିସିଲ ଓ୍ବେବସାଇଟରେ ଉପଲବ୍ଧ ।

