spot_img

Latest Posts

T20 ବିଶ୍ୱକପ୍: ଭାରତ ବିପକ୍ଷରେ ଦଳ ଘୋଷଣା କଲା ପାକିସ୍ତାନ

ଦୁବାଇ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଦଳ ଘୋଷଣା କରିଛି ପାକିସ୍ତାନ । ରବିବାର ସନ୍ଧ୍ୟା ୭ଟା ୩୦ରେ ଭାରତ-ପାକିସ୍ତାନ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ମ୍ୟାଚର ୨୪ ଘଣ୍ଟା ପୂର୍ବରୁ ୧୨ ଖେଳାଳିଙ୍କ ନାଁ ଘୋଷଣା କରିଛି ପିସିବି । ଯେଉଁଥିରୁ ଚୂଡ଼ାନ୍ତ ଏକାଦଶ ଚୟନ କରାଯିବ । ପାକିସ୍ତାନ ଟିମକୁ ସୋଏବ ମଲିକ ଫେରିଛନ୍ତି । ଏଥିସହ ମୋହମ୍ମଦ ହାଫିଜଙ୍କ ଭଳି ବରିଷ୍ଠ ଖେଳାଳି ଦଳରେ ଅଛନ୍ତି ।

ଭାରତ ପାଇଁ ପାକିସ୍ତାନ ଟିମ୍

ବାବର ଆଜମ (ଅଧିନାୟକ), ମୋହମ୍ମଦ ରିଜବାନ, ଫକର ଜମାନ, ମୋହମ୍ମଦ ହାଫିଜ୍, ସୋଏବ ମଲିକ, ଆସିଫ୍ ଅଲୀ, ଇମାଦ ବସିନ, ଶାଦାବ ଖାନ, ଶାହୀନ ଆଫ୍ରିଦି, ହସନ ଅଲୀ, ହରୀସ ରଊଫ, ହାଇଦର ଅଲୀ ।

ଭାରତ ଓ ପାକିସ୍ତାନ ଉଭୟଙ୍କ ପାଇଁ ଏହି ମୁକାବିଲା ଗୁରୁତ୍ୱପୂର୍ଣ୍ଣ । ଦୁଇ ଟିମଙ୍କ ମଧ୍ୟରେ ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୧ର ସୁପର-୧୨ ରାଉଣ୍ଡରେ ପ୍ରଥମ ମ୍ୟାଚ ହେବ । ଉଭୟ ଦଳ ବିଜୟରୁ ଆରମ୍ଭ କରିବାକୁ ପ୍ରୟାସ କରିବେ । ଅତୀତରେ ଭାରତ-ପାକିସ୍ତାନ ମଧ୍ୟରେ ୫ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ସମସ୍ତ ମ୍ୟାଚ ଭାରତ ଜିତିଛି ।

ଭାରତୀୟ ଦଳ

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଷାନ, ହାର୍ଦ୍ଦିକ ପଣ୍ଡ୍ୟା, ରବୀନ୍ଦ୍ର ଜଡ଼େଜା, ରାହୁଲ ଚହର, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମରା, ଭୁବନେଶ୍ୱର କୁମାର, ମୋହମ୍ମଦ ସାମି ।

Latest Posts

Don't Miss