ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ: ପାସ୍‌ହାର ୯୯.୮୬ ପ୍ରତିଶତ

1 min read

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇସିଏସଇର ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଅପରାହ୍ନ ୩ଟା ପରଠାରୁ ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି । www.cisce.org ଓ୍ବେବସାଇଟ୍‌ରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ଦେଖିପାରିବେ । ଆଇସିଏସଇରେ ପାସ୍‌ହାର ୯୯.୮୬ ପ୍ରତିଶତ ଥିବା ବେଳେ ଆଇଏସସି ରେ ପାସ୍‌ ହାର ୯୯.୮୬ ରହିଛି ।

ଆଇସିଏସଇରେ ମୋଟ୍‌ ୨ ଲକ୍ଷ ୧୯ ହଜାର ୪୯୯ ଜଣ ପିଲା ପରୀକ୍ଷା ଦେଇଥିଲେ । ସେଥିପାଇଁ ୧ ଲକ୍ଷ ୧୮ ହଜାରରୁ ଅଧିକ ଛାତ୍ର ଥିବା ବେଳେ ୧ ଲକ୍ଷରୁ ଅଧିକ ଛାତ୍ରୀ ଅଛନ୍ତି । କରୋନା ପାଇଁ ଏଥର ଦଶମ ଓ ଦ୍ବାଦଶ ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷାକୁ ଆଧାର କରି ମାର୍କ ଘୋଷଣା କରାଯାଇଛି ।

ତେବେ ଚଲିତବର୍ଷର ପରୀକ୍ଷା କୋଭିଡ଼ କଟକଣା ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଛି  । କଟକଣା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇଲକୁ ଅନୁପାଳନ କରି ଛାତ୍ରଛାତ୍ରୀଙ୍କ ମାର୍କ ନିର୍ଣ୍ଣୟ କରାଯାଇଥିଲା  । ଅର୍ଥାତ ପୂର୍ବ ପରୀକ୍ଷାକୁ ଦେଖି ମାର୍କ ଦିଆଯାଇଥିଲା  । ସେପଟେ  ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଘୋଷଣା କରାଯାଇଛି  ।

Leave a Reply