ରାଜ୍ୟରେ ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ

1 min read

ଭୁବନେଶ୍ବର : ରାଜ୍ୟରେ ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ । ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୁପଣ ହୋଇଛି। ଏଥିରୁ ଧାମରା ଓ ଗୋପାଳପୁରରେ ଦୁଇଟି ଅଣବୃହତ ବନ୍ଦର କାର୍ଯ୍ୟକ୍ଷମ ରହିଛି। ସୁବର୍ଣ୍ଣପୁର ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି। ବାକି ୧୦ଟାରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡ଼ି ସହ ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ।

ସବୁ ଜିନିଷ ସୁବ୍ୟବସ୍ଥିତ କରିବା ପାଇଁ IIT ମାଡ୍ରାସ ସହ ୧୬କୋଟି ୮୫ଲକ୍ଷ ୪ଶହ ଟଙ୍କାର ଚୁକ୍ତି ହୋଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ମହାନଦୀ ନିକଟରେ ନଦୀଭିତ୍ତିକ ବନ୍ଦର ପାଇଁ ପ୍ରସ୍ତାବ ରହିଛି । ଏହାର ସର୍ଭେ ପାଇଁ WAPCOS କୁ ୭୪କୋଟି ଦିଆଯାଇଛି । ସବୁ କାମ ସରକାରୀ ଓ ଘରୋଇ ସହାଭାଗିତାରେ ଚାଲିଛି। ରାଜ୍ୟ ସରକାର କେବଳ ଲିଜ ସୂତ୍ରରେ ଜମି ଯୋଗାଇ ଦେଉଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

ସେହିପରି ରାଜ୍ୟରେ ୫୫ଟି ନୂଆ ବସଷ୍ଟାଣ୍ଡ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୫୫ଟି ବସଷ୍ଟାଣ୍ଡ ତିଆରି କରାଯିବ। ସେଥିରୁ ୧୦ଟିର ଉଦଘାଟନ କରାଯାଇଛି। ଦ୍ଵିତୀୟ ପର୍ଯ୍ୟୟରେ ୫୦ଟି ବସଷ୍ଟାଣ୍ଡ ହେବ। ସେଥିପାଇଁ ଜମି ଚିହ୍ନଟ ପ୍ରକିୟା ଜାରି ରହିଥିବା ପରିବହନ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।