ଆରମ୍ଭ ହେଲା ଇଫକୋ ଦ୍ୱାରା ନାନୋ ୟୁରିଆ ସାର ଯୋଗାଣ

ଭୁବନେଶ୍ୱର: ଓଡ଼ିଶା କୃଷକଙ୍କ ପାଇଁ ଖୁସି ଖବର । ଆଜିଠୁ ରାଜ୍ୟକୁ ଆରମ୍ଭ ହେଲା ଇଫକୋ ଦ୍ବାରା ନାନୋ ୟୁରି ସାର ଯୋଗାଣ । ଗୁଜୁରାଟର “କଲ୍ଲୋଳ” କାରଖାନାରୁ ଓଡିଶା ପାଇଁ ଯୋଗାଣର ଆରମ୍ଭ ହୋଇଛି ସାର । ସ୍ଵଦେଶୀ ଜ୍ଞାନ କୌଶଳ ଦ୍ବାରା ପ୍ରସ୍ତୁତ ଏହି ସାର ୟୁରିଆର ବିକଳ୍ପ ଭାବରେ ବ୍ୟବହାର କରାଯାଇ ପାରିବ । ଏହି ସାରର ପ୍ରୟୋଗ ଫଳରେ ଫସଲର ଉତ୍ପାଦନ ଖର୍ଚ୍ଚ କମିବ, ଚାଷୀର ଅଧିକ ଲାଭ ହେବ । ଏହା ଗଛର ବା ଫସଲର ଆବଶ୍ୟକତା ଅନୁଯାୟୀ ଧୀରେ ଧୀରେ ଏବଂ ଅନବରତ ଭାବରେ ପୋଷାକତତ୍ତ୍ଵ ଯୋଗାଇବ । ଫସଲ ଏହାକୁ ଖୁବ ଶୀଘ୍ର ଗ୍ରହଣ କରିବ, ଫଳରେ ଅମଳ ମଧ୍ୟ ବଢିବ ।

ଏହି ସାରର ପ୍ରୟୋଗଫଳରେ ଫସଲର ଫଟୋସିନ୍ଥେସିସ୍ ଭଲ ଭାବରେ ସକ୍ଷମ ତଥା ତ୍ବରାନ୍ବିତ ହେବ । ଏହି ସାର ପ୍ରୟୋଗର ପରେ ମୃତ୍ତିକାରେ କୌଣସି ଅବଶିଷ୍ଟାଶଂ ରୁହେ ନାହିଁ । ଫଳରେ ମୃତ୍ତିକାର ଉର୍ବରତା ବଜାୟ ରହେ । ନାନୋ ୟୁରିଆ ପ୍ରୟୋଗ ଫଳରେ ଫସଲର ମରୁଡି ସହନଶୀଳତା ବୃଦ୍ଧିପାଏ । ଏହି ସାର ବିଶ୍ୱ ଉତ୍ତାପନ କମ କରିବାରେ ମଧ୍ୟ ସହାୟକ ହେବ । ମୃତ୍ତିକାରୁ ସବୁଜଗୃହ ଗ୍ୟାସ ବାହାରିବା ବହୁତ କମ ଯୋଗୁ ବିଶ୍ୱ ଉତ୍ତାପନ କମ ହୋଇଥାଏ । ମୃତ୍ତିକା, ଜଳ ଓ ବାୟୁ ପ୍ରଦୂଷଣ ମଧ୍ୟ ଏହିଁ ସାର ପ୍ରୟୋଗ ଫଳରେ କମ କରାଯାଇ ପାରିବ ।

Leave a Reply