ନବୀନ ନିବାସରେ ଗରିବୀ ପୁଅ ଇଫୁ, ମୋବାଇଲ ଗିଫ୍ଟ କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ନବୀନ ନିବାସରେ ମୁକ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଗରିବୀ ଘରର ପୁଅ ଇଫୁ ମଲ୍ଲିକ  । ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ଦିନ ମଜୁରିଆ ଇଫୁଙ୍କୁ ସହାୟତାର ହାତ ବଢାଇଥିଲେ ମୁଖ୍ୟମନ୍ତ୍ରୀ  ।  ଇଫୁଙ୍କ ପାଠ ପଡା ଲାଗି ସହାୟତା ପ୍ରଦାନ କରିବା ସହ ତାଙ୍ତକ ସ୍ୱପ୍ନ କରିବାର ପ୍ରତିଶ୍ରୁତି ଦେଇଥିଲେ  । ଏବଂ ନବୀନ ନିବାସକୁ ନିମନ୍ତ୍ରଣ ମଧ୍ୟ କରିଥିଲେ  । ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଇଫୁ  । ଏଥ ସହିତ ମୁଖ୍ୟମନ୍ତ୍ରୀ ତାଙ୍କ ଉଚ୍ଚଶିକ୍ଷା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ ବୋଲି କହିଛନ୍ତି  ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିଥିଲେ  । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତାକୁ ଇଫୁଙ୍କୁ ବୁଝାଇ କହିଥିଲେ  । ଏଥି ସହିତ ଇଫୁ କାହିଁକି ଡାକ୍ତର ହେବେ ଏବଂ ଡାକ୍ତର ହୋଇ କଣ କରିବେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ  ଇଫୁ ଡାକ୍ତର ହୋଇ ଗରିବୀ ଲୋକଙ୍କ ସେବା କରିବାର ଆହ୍ୱାନ ଦେଇଥିଲେ  । ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଲା ବେଳେ ତାଙ୍କ ଫୋନଟି ତଳେ ପଡିଯାଇ ଭାଙ୍ଗି ଯାଇଥିଲା  । ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ଇଫୁଙ୍କୁ ଏକ ମୋବାଇଲ୍ ଫୋନ୍ ଉପହାର ଦେଇଥିବା ମଧ୍ୟ ସେ କହିଛନ୍ତି  ।

ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଇଫୁଙ୍କ ପ୍ରତିଭାର ଉଚ୍ଚପ୍ରଶଂସା କରିବା ସହିତ ଆଗକୁ ଏହିପରି ଉଦ୍ୟମ ଜାରି ରଖି ଦେଶବାସୀଙ୍କ ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇଫୁଙ୍କ ସହିତ ସେଲ୍‌ଫି ଉଠାଇବା ସହିତ ଏକ ପୁସ୍ତକ ମଧ୍ୟ ଉପହାର ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଇଫୁ ମଲ୍ଲିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଜଣେ ଗରିବ, ଆଦିବାସୀ ଯୁବକ। ନିଜର ପ୍ରତିଭା ଓ ଉଦ୍ୟମ ଯୋଗୁ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ମେଡିକାଲ ପଢିବା ପାଇଁ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ଅର୍ଥାଭାବ ଯୋଗୁ ତାଙ୍କର ଏ ଆଶା ପୂରଣ ହେବା ସଂପର୍କରେ ସେ ସନ୍ଦିହାନ ଥିଲେ  ।  ସାମାଜିକ ଗଣମାଧ୍ୟମରୁ ଏ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ମେଡିକାଲ ପଢିବା ପାଇଁ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ ଏବଂ ଇଫୁଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ମଧ୍ୟ ଇଫୁଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ SC/ ST DEVELOPMENT Dept ପକ୍ଷରୁ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଥିଲା  । ନବୀନ ପଟ୍ଟନାୟକଙ୍କ ଭଳି ମୁଖ୍ୟମନ୍ତ୍ରୀ ବିରଳ  । ସହୃଦୟତାର ସହ କଥା ଶୁଣିବା ଏବଂ ଭଲ ମଣିଷ ହେବାର ଆହ୍ୱାନ ଦେଇଥିଲେ  । ଏଥି ସହିତ ଗରିବୀ ଘର ପୁଅର ଏ ଦୁଃସମରେ ସ୍ୱପ୍ନକୁ ସାକାର କରିବାର ପ୍ରତିବଦ୍ଧତାତୁ ପ୍ରଶଂସା କରିଥିଲେ ଇଫୁ ମଲ୍ଲିକ  । ତାଙ୍କ ପରିବାରକୁ ମଧ୍ୟ ସହାୟତା କରିବେ ବୋଲି ଇଫୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ସହନଶୀଳତା ଏବଂ ଦୁଃଖୀ-ରଙ୍କିଙ୍କ ପାଇଁ ଥିବା ସହୃଦୟତା ସେ ଅନ୍ୟ କେଉଁଠି ଦେଖିନଥିବା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  ।