ଗାଁରେ ମନଇଛା ବ୍ୟାରିକେଡ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର:  ଗ୍ରାମାଞ୍ଚଳରେ ଥିବା ରେଡ ଜୋନରେ ସମସ୍ତ ପ୍ରକାରର କାର୍ଯ୍ୟ ହୋଇପାରିବ । ଜୀବନ ଜୀବିକାକୁ ଆଉଥରେ ସଜାଡିବାକୁ ସବୁସ୍ଥରରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କେବଳ କଣ୍ଟେନମେଣ୍ଟ ଜୋନ ଏବଂ ସହରାଞ୍ଚଳର ରେଡ୍‌ ଜୋନକୁ ଛାଡ଼ିଦେଲେ କୃଷି, ଶିଳ୍ପ, ଏବଂ ନିର୍ମାଣ କାର୍ଯ୍ୟ ହୋଇପାରିବ।

ରେଡ୍ ଜୋନରେ ଥିବା ଗ୍ରାମାଞ୍ଚଳରେ ଅର୍ଥନୈତିକ ଗତିବିଧି ଆରମ୍ଭ କରିବା ପାଇଁ  ସରକାରୀ ସ୍ତରରେ ଉଦ୍ୟମ ହେଉଥିଲେ ମଧ୍ୟ ଗ୍ରାମାଞ୍ଚଳରେ ସ୍ୱଭାବିକ ଭାବେ କାମ ଆରମ୍ଭ ହୋଇ ପାରୁନାହିଁ ।  କାରଣ ରାଜ୍ୟର ଗ୍ରାମାଞ୍ଚଳରେ ବେଆଇନ ଭାବେ ବ୍ୟାରିକେଡ ନିର୍ମାଣ । କରୋନା ଭୟରେ ଗ୍ରାମାଞ୍ଚଳରେ ଲୋକେ ମନଇଛା ବାଡ଼ ବାନ୍ଧୁଛନ୍ତି ଏବଂ ଗାଁ ଭିତରକୁ କାହାକୁ ବି ଯିବା ଆସିବା ପାଇଁ ଦଉନାହାନ୍ତି ।  ବ୍ୟାରିକେଡ ହେବା ଦ୍ୱାରା ଶ୍ରମିକ ମାନେ ଗ୍ରାମାଞ୍ଚଳରୁ ବାହାରି କାର୍ଯ୍ୟ କରିବାକୁ ଆସିପାରୁନାହାନ୍ତି । କି ବହାରୁ କେହି ଗ୍ରାମାଞ୍ଚଳକୁ କାର୍ଯ୍ୟ ପାଇଁ ଯାଇପାରୁନାହାନ୍ତି ।

କଟକରୁ ଜଣେ, ବାଲେଶ୍ୱରରୁ ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ

ଯାହାଫଳରେ ଶିଳ୍ପକ୍ଷେତ୍ର ହେଉକି ନିର୍ମାଣକ୍ଷେତ୍ର ହେଉ ଶ୍ରମିକ ମାନଙ୍କର ଅନୁପସ୍ଥିତିରେ କାର୍ଯ୍ୟ ବନ୍ଦ ରହୁଛି । କାମ ବନ୍ଦ ହେବା ଦ୍ୱାରା ଲୋକଙ୍କୁ ରୋଜଗାର ମିଳୁନି ଏବଂ ଅର୍ଥନୀତି ବ୍ୟାପକ ପରିସ୍ଥିତି ଦେଇ ଗତି କରୁଛି। ଏଥିପାଇଁ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଏଭଳି ବେଆଇନ ବ୍ୟାରିକେଡ କରନ୍ତୁ ନାହିଁ । ଶ୍ରମିକ, ଠିକାଦା କଳକାରଖାନାର କର୍ମଚାରୀ ମାନଙ୍କୁ ତାଙ୍କର କାର୍ଯ୍ୟରେ ଯିବାକୁ ଦିଅନ୍ତୁ ବୋଲି ଆଜିର ପ୍ରେସ୍‌ ମିଟରେ ଏସ୍‌ଆରସି ପ୍ରଦୀପ ଜେନା କହିଛନ୍ତି ।

ମନଇଛା ବ୍ୟାରିକେଡ୍ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply