ବାବା ରାମଦେବଙ୍କ ମନ୍ତବ୍ୟକୁ ଆଇଏମ୍ଏ ଓଡ଼ିଶାର ବିରୋଧ: ପ୍ରତି ବ୍ରାଞ୍ଚରେ ଦିଆଯିବ ଏତଲା

ଭୁବନେଶ୍ୱର: ବାବା ରାମଦେବଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମଏ) ଓଡିଶା ଶାଖା। । ଏନେଇ ସର୍ବଭାରତୀୟ ସ୍ତରରେ ହୋଇଥିବା ନିଷ୍ପତ୍ତିକୁ ଓଡିଶା ଶାଖା ପକ୍ଷରୁ ସମର୍ଥନ କରାଯାଇଛି। ଓଡିଶା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠି ଲେଖାଯାଇଛି। ରାମଦେବଙ୍କୁ ଲିଗାଲ ନୋଟିସ ପଠାଇବା ସହ ଓଡ଼ିଶାର ପ୍ରତି ବ୍ରାଞ୍ଚରେ ତାଙ୍କ ନାଁରେ ଏଫଆଇଆର ଦିଆଯିବ। ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ରେ ଏଫଆଇଆର ଦିଆସରିଛି। ଏବେ ଓଡ଼ିଶାର ୪୨ ଟି ବ୍ରାଞ୍ଚରେ ସମସ୍ତ ଥାନାରେ ଏଫଆଇଆର ଦିଆଯିବ। ବର୍ତ୍ତମାନ ଭଳି ପରିସ୍ଥିତିରେ ଚିକିତ୍ସା ବିଜ୍ଞାନ ସମ୍ପର୍କରେ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଡାକ୍ତରମାନଙ୍କ ମନୋବଳ ଭାଙ୍ଗିଦେଉଛି। ଆଇଏମଏର ଜୁନିୟର ଡକ୍ଟର ନେଟୱାର୍କ ପ୍ରତିବାଦ ଜଣାଇଛନ୍ତି। ଏଭଳି ମନ୍ତବ୍ୟ ଚିକିତ୍ସା ବିଜ୍ଞାନ ପ୍ରତି ଲୋକଙ୍କ ଭରସା ଉଠିଯିବ। ତେଣୁ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରାଯାଇଛି। ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଡାକ୍ତର ମାନଙ୍କ ର ସହଯୋଗ ସରକାର ନପାଇପାରନ୍ତି ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ଓଡ଼ିଶା ଆଇଏମଏ ସଂଘ।

ଏଥିସହିତ ପଢ଼ନ୍ତୁ: ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଳା ଦିବସ ପାଳୁଛନ୍ତି ଡକ୍ଟର୍ସ ଆସୋସିଏସନ

 

Leave a Reply