କାଲି ସୁଦ୍ଧା ବାତ୍ୟାରେ ପରିଣତ ହେବ ଲଘୁଚାପ, ରବିବାର ଠାରୁ ରାଜ୍ୟରେ ବର୍ଷା

ଭୁବନେଶ୍ବର: ବଳ ଗୋଟାଉଛି ଲଘୁଚାପ । ଆଜି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ପରେ ଉତ୍ତର ପୂର୍ବ ଦିଗକୁ ଗତି କରିବା ସହ ତୀବ୍ରତା ବଢିବା ସହ ଆସନ୍ତାକାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର ଦିଗକୁ ଗତି କରିବା ସହ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇ ବାଂଲାଦେଶ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ନିକଟରେ ସମୁଦ୍ର ମଧ୍ୟରେ ପହଞ୍ଚିବା ସମ୍ଭାବନା ରହିଛି ।

ରାଜ୍ଯରେ ଏହାର ବିଶେଷ ପ୍ରଭାବ ନଥିଲେ ସୁଦ୍ଧା ରବିବାର ଠାରୁ ଆରମ୍ଭ ହେବ ବର୍ଷା । ସାମୁଦ୍ରିକ ଝଡ଼ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ୨୭ ତାରିଖ ଯାଏଁ ମତ୍ସ୍ଯଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ବିଶେଷକରି ବାଲେଶ୍ୱର ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଜାରି ରହିଛି । ଆଜି ଓ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ। ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ଆକଳନ କରିଛି ।