କରଜ କରି କାର କିଣୁଛି ବିହାର, ୯୮ ପ୍ରତିଶତ ଲୋକେ ଲୋନ କରି କିଣିଛନ୍ତି କାର

ପାଟନା: କରଜ କରି କାର କିଣିବାରେ ବ୍ୟସ୍ତ ବିହାରବାସୀ । ବିକଶିତ ରାଜ୍ୟ ତାଲିକାରେ ନା ଲେଖିନଥିବା ବିହାର କାର କିଣିବା ଏବଂ ବିକ୍ରୟ କରିବାରେ ରହିଛି ଆଗରେ । ଏକ ରିପୋର୍ଟ ମୁତାବକ ବିହାରର ଅଧିକାଂଶ ଲୋକଙ୍କ ପାଖରେ କାର ରହିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ଖବର ହେଉଛି, ସମୁଦାୟ କାର କିଣିଥିବା ଲୋଲଙ୍କ ମଧ୍ୟରୁ ୯୮ ପ୍ରତିଶତ ମାଲିକ ଲୋନ କରି କିଣିଛନ୍ତି କାର । ଯେଉଁଥିରେ ମାତ୍ର ୨ ପ୍ରତିଶତ ଲୋକେ ସମୁଦାୟ ଅର୍ଥ ପ୍ରଦାନ କରି କାର କିଣିଥିବା ଜଣାପଡିଛି ।

କୋଭିଡ ମହାମାରୀ ଭିତରେ ଭୁଷୁଡ଼ି ପଡିଥିବା ବାଣିଜ୍ୟ ଶିଳ୍ପ, କରୋନା ପରବର୍ତ୍ତୀ ସମୟରେ ସୁଧାରିବାରେ ଲାଗିଛି । ରିପୋର୍ଟ ମୁତାବକ ୫୦ ପ୍ରତିଶତ ବାଣିଜ୍ୟ ବୃଦ୍ଧି ଘଟିଛି । ଏହି ସମୟରେ କିନ୍ତୁ ବିହାରବାସୀ ହାତବାନ୍ଧି ବସି ପଡିନାହାଁନ୍ତି । ବ୍ୟାଙ୍କରୁ ଋଣ ନେଇ ୯୮ ପ୍ରତିଶତ ଲୋକେ କାର କିଣିବାରେ ଲାଗିପଡିଛନ୍ତି । କରୋନା ପରବର୍ତ୍ତୀ ସମୟରେ ବିହାରବାସୀଙ୍କ ଲୋନ ଆବେଦନକୁ ଆଗ୍ରାହ୍ୟ ନକରି ଫଟାଫଟ ଲୋନ ଦେବାରେ ଲାଗିପଡିଛନ୍ତି ଅନେକ କମ୍ପାନୀ ।

ବିହାରରେ କାର ବିକ୍ରୟ ବଢିବା ସହ ବ୍ୟାଙ୍କ ଏବଂ କାର କମ୍ପାନୀ ମାନଙ୍କ ବ୍ୟବସାୟ ମଧ୍ୟ ବୃଦ୍ଧି ଘଟିଛି । ପୂର୍ବରୁ ଲୋନ କରିବାକୁ ଯାଉଥିବା ହିତାଧିକାରୀଙ୍କ ଅନେକ ଦସ୍ତାବିଜ ସହ କ୍ରେଡିଟ ସ୍କୋର ମଧ୍ୟ ତନଖି କରୁଥିଲେ ଋଣ ପ୍ରଦାନ କରୁଥିବା କମ୍ପାନୀ । କିନ୍ତୁ ବର୍ତ୍ତମାନ ଲୋନ ଦେବାକୁ ଏବଂ ନେବାକୁ ଆଉ ଅପେକ୍ଷା କରିବାକୁ ପଡୁନାହିଁ । ଫଟାଫଟ ଲୋନ ଦେବାର ପ୍ରତିଯୋଗିତା ଏବେ ଆରମ୍ଭ ହୋଇଯାଇଛି ।

ପୂର୍ବରୁ କ୍ରେଡିଟ ସ୍କୋର ଏବଂ ପରିଚୟ ପତ୍ର, ଏବଂ ଅନ୍ୟ ସବୁ ପ୍ରମାଣ ପତ୍ର ପ୍ରଦାନ କରିବା ବାଧ୍ୟତା ଥିବାବେଳେ ବର୍ତ୍ତମାନ କିନ୍ତୁ କେବଳ କ୍ରେଡିଟ କାର୍ଡରେ ତତକ୍ଷାଣତ ଦେଉଛନ୍ତି ଲୋନ । ଯାହା ଲୋନ ନେବାକୁ ଏକପ୍ରକାର ପ୍ରଲୋଭନ ସୃଷ୍ଟି କରୁଛି । ଯେଉଁଥିପାଇଁ ୯୮ ପ୍ରତିଶତ ଲୋକେ ବିଭିନ୍ନ ବ୍ୟାଙ୍କରୁ ଲୋନ ନେଇ କାର କିଣିଛନ୍ତି । ଏହି ଲୋନ ପ୍ରଦାନକାରୀ କମ୍ପାନୀ ମଧ୍ୟରୁ ୪୫ ପ୍ରତିଶତ ଫାଇନାନ୍ସ କମ୍ପାନୀ ରହିଥିବାବେଳେ ୩୦ ପ୍ରତିଶତ ଖାତା ଥିବା ବ୍ୟାଙ୍କ ଏବଂ ୨୫ ପ୍ରତିଶତ ସରକାରୀ ବ୍ୟାଙ୍କରୁ କରଜ କରିଛନ୍ତି ହିତାଧିକାରୀ ।

Leave a Reply