ଡ୍ରାଇଭରଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟାସ୍କ ଫୋର୍ସ ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ରହିବନି କୌଣସି ସମସ୍ୟା । ଡ୍ରାଇଭରଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଠନ କରିଛନ୍ତି ଟାସ୍କ ଫୋର୍ସ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଛି । ଏଥିରେ ପୋଲିସ ଡିଜି, ଉନ୍ନୟନ କମିଶନର, ପରିବହନ ସଚିବ, ଯୋଗାଣ ସଚିବ ସଦସ୍ୟ ରହିଛନ୍ତି । ଟାସ୍କ ଫୋର୍ସ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ନଜର ରଖିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯେପରି କୌଣସି ସମସ୍ୟା ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବ । ଏଥିପାଇଁ ୩ଟି କଣ୍ଟ୍ରୋଲ ରୁମ୍ କାମ କରିବ । ଯେପରି ସମସ୍ତ ସାମଗ୍ରୀ ବିନା ବାଧାରେ ପରିବହନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବ ଟାସ୍କ ଫୋର୍ସ  ।