ଜଣେ ଆୟକରଦାତା ହିସାବରେ ଆପଣଙ୍କୁ କ’ଣ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ?

1 min read

ନୂଆଦିଲ୍ଲୀ: ଆପଣ ଯଦି ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି ତେବେ ଆପଣ ମଧ୍ୟ ଆୟକରରେ କିଛି ରିହାତି ଆଶା କରିଥିବେ । କିନ୍ତୁ ଏଥରକ ମଧ୍ୟ ଆପଣଙ୍କୁ ନିରାଶ ହେବାକୁ ପଡିଛି । କାରଣ କେନ୍ଦ୍ର ଅର୍ଥମନ୍ତ୍ରୀ ଆୟକରରେ କୌଣସି ରିହାତି ଦେଇନାହାନ୍ତି ।ଅର୍ଥାତ ଯେଉଁ ସ୍ଲାବ୍ ଅନୁସାରେ ଆପଣ କର ଦେଉଥିଲେ ସେହି ସ୍ଲାବ୍ ହିସାବରେ ଆଗକୁ ମଧ୍ୟ ଆୟକର ଦେବେ । ତେବେ କର ଟ୍ରାଂଜାକ୍ସନ ବ୍ୟବସ୍ଥାରେ ସୁଧାର କରାଯାଇଛି । ଏହା ଅନ୍ତର୍ଗତରେ ଯଦି ଆଇଟିଆର ଦାଖଲ ବେଳେ କୌଣସି ତ୍ରୁଟି ରହିଛି ତେବେ ତାକୁ ଦୁଇ ବର୍ଷ ମଧ୍ୟରେ ସୁଧୁରା ଯାଇ ପାରିବ ।
୨.୫ ଲକ୍ଷରୁ ଅଧିକ ଆୟ ଉପରେ ଏବେ ମଧ୍ୟ କର
ଏଥର ବଜେଟରେ କର ଢାଂଚାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ୨.୫ ଲକ୍ଷରୁ ଅଧିକ ବାର୍ଷିକ ଆୟ ଉପରେ ଆପଣଙ୍କୁ କୌଣସି କର ଦେବାକୁ ପଡିବ ନାହିଁ । ଯଦି ଆପଣଙ୍କ ଆୟ ୨.୫ ଲକ୍ଷରୁ ୫ ଲକ୍ଷ ମଧ୍ୟରେ ହୋଇଥାଏ ତେବେ ଆପଣଙ୍କୁ ବାକି ୨.୫ ଲକ୍ଷ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ତେବେ ଆୟକର ଆଇନ ଧାରା ୮୭ ଏ’ର ଲାଭ ଉଠାଇ ଆପଣ ଏବେ ବି କର ରିହାତି ପାଇ ପାରିବେ ।
କିନ୍ତୁ ଯଦି ଆପଣଙ୍କ ଆୟ ୫ ଲକ୍ଷ ୧୦ ହଜାର ଟଙ୍କା ହୋଇଥାଏ ତେବେ ଆପଣଙ୍କୁ ଅଧିକ ୧୦ ହଜାର ଟଙ୍କା ବଦଳରେ ୨ ଲକ୍ଷ ୬୦ ହଜାର ଉପରେ ୫ ପ୍ରତିଶତ କର ଦେବାକୁ ପଡିବ ।

ଗତ ୧୦ ବର୍ଷ ଭିତରେ ଆୟକର ସ୍ଲାବରେ ହୋଇଛି ଏହି ପରିବର୍ତ୍ତନ
୨୦୧୦ ମାର୍ଚ୍ଚ ପୂର୍ବରୁ ବାର୍ଷିକ ଆୟ ୧ ଲକ୍ଷ ୬୦ ହଜାର ଥିଲେ କୌଣସି ଆୟକର ଦେବାକୁ ପଡୁନଥିଲା । ଯାହାକୁ ୨୦୧୧ ବଜେଟରେ ୧.୮୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢା ଯାଇଥିଲା । ଏହାପରେ ମଧ୍ୟ ଆୟକର ସ୍ଲାବ୍ ବଦଳିଛି ।

୨୦୨୧ରେ ଆୟକର ସ୍ଲାବକୁ ନେଇ ହୋଇଥିଲା ଏହି ପରିବର୍ତ୍ତନ
• ପିଏଫରୁ ମିଳୁଥିବା ସୁଧକୁ କରଯୁକ୍ତ ଆୟରେ ସାମିଲ କରାଯାଇଥିଲା
• ଯେଉଁ କର୍ମଚାରୀ ପିଏଫରେ ଅଢେଇ ଲକ୍ଷରୁ ଅଧିକ ଯୋଗଦାନ କରୁଥିଲେ ସେମାନଙ୍କୁ କର ଦେବାକୁ ପଡିବ
• ଏହି ସୀମାକୁ ଅପ୍ରେଲ ୧,୨୦୨୧ କିମ୍ବା ଏହା ପରେ ଦିଆଯାଇଥିବା ଅଂଶଦାନ ଉପରେ ଲାଗୁ ହୋଇଥିଲା
• ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ରିଟର୍ଣ୍ଣ ଫାଇଲରୁ ରିହାତି ଦିଆଯାଇଥିଲା
• ୨.୫ ଲକ୍ଷରୁ ଅଧିକ ୟୁଲିପ୍ ପ୍ରିମିୟମ ଉପରେ ଦେବାକୁ ପଡିବ କର
• ୟୁନିଟ୍ ଲିଙ୍କଡ୍ ବୀମାର ପ୍ରିମିୟମ ଉପରେ ଧାରା 10(10d) ଅନ୍ତର୍ଗତରେ ମିଳୁଥିବା କରଛାଡକୁ ସୀମିତ କରାଯାଇଥିଲା ।

Leave a Reply