spot_img

Latest Posts

ଆସୁଛି ଲଘୁଚାପ ! ; ଆସନ୍ତା ୨୬ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହା ସହିତ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ତାହା ଘନୀଭୂତ ହୋଇପାରେ । ୨୪ ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା ରହିଛି I ପରବର୍ତ୍ତୀ ୪୮ ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ସମ୍ଭାବନା ରହିଛି I ବିଭିନ୍ନ ଆନ୍ତର୍ଜାତୀୟ ମଡେଲ ମାନଙ୍କର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୬ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ତେବେ ମାଲାକ୍କା ସମୁଦ୍ର ସନ୍ଧି ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟଟି ଆସନ୍ତାକାଲି ସୁଦ୍ଧା ଲଘୁଚାପର ରୂପ ନେଇପାରେ । ତାହା ପରବର୍ତ୍ତୀ ସମୟରେ ବାତ୍ୟାରେ ପରିଣତ ହୋଇପାରେ । ଲଘୁଚାପ ସୃଷ୍ଟି ହେବା ପରେ ଅଧିକ ସ୍ପଷ୍ଟତା ଆସିପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ I

 

Latest Posts

Don't Miss