ଦିନିକିଆ ବିଶ୍ବକପ୍: ମାଗଣାରେ ଏଠି ଦେଖି ପାରିବେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ଲାଇଭ୍

1 min read

ଚେନ୍ନାଇ: ଆଜି ଦିନିକିଆ ବିଶ୍ବକପରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଓ ଅଷ୍ଟ୍ରେଲିଆ । ମ୍ୟାଚକୁ ନେଇ କ୍ରିକେଟ୍ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ କାହିଁରେ କ’ଣ । ଅପରାହ୍ଣ ୨ଟାରେ ଚେନ୍ନାଇ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ମ୍ୟାଚର ଲାଇଭ୍ କେମିତି ଦେଖିବେ ଭାବୁଛନ୍ତି କି ? ପୂରା ମ୍ୟାଚକୁ ମାଗଣାରେ ଲାଇଭ୍ ଦେଖି ପାରିବେ । ତେବେ କେଉଁଠୁ ପାଇବେ ଏହି ହାଇ-ଭୋଲଟେଜ୍ ମ୍ୟାଚର ଫ୍ରି ଲାଇଭ୍ ଷ୍ଟ୍ରିମ୍ ଆସନ୍ତୁ ଜାଣିବା ।

ବିଶ୍ବକପର ମିଡିଆ ରାଇଟ୍ସ ଷ୍ଟାର ସ୍ପୋର୍ଟସ ପାଖରେ ରହିଛି । ଷ୍ଟାର ସ୍ପୋର୍ଟସର ବିଭିନ୍ନ ଭାଷା ଭିତ୍ତିକ ଚ୍ୟାନେଲରେ ଦର୍ଶକ ଲାଇଭ୍ ମ୍ୟାଚ ଦେଖି ପାରିବେ । ତେବେ ଲାଇଭ୍ ଷ୍ଟ୍ରିମ୍ ଫୋନରେ ମାଗଣାରେ କେମିତି ମିଳିବ ?

କେବଳ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ନୁହେଁ, ପୂରା ବିଶ୍ବକପ୍ ଷ୍ଟାରର ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲାସ୍ ହଟଷ୍ଟାରରେ ଦେଖିବାକୁ ସୁବିଧା ରହିଛି । ଅର୍ଥାତ, କ୍ରିକେଟ୍ ପ୍ରେମୀ ମୋବାଇଲରେ ହଟଷ୍ଟାର ମାଧ୍ୟମରେ ମାଗଣାରେ ମ୍ୟାଚର ମଜା ଉଠାଇ ପାରିବେ ।