ହାତରୁ ଗଲା ଏକଦିବସୀୟ ଟାଇଟଲ୍, ପୁଣି ହାରିଲା ଭାରତ…

ସି଼ଡନୀ: ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ ହାରିଲା ଭାରତ । ଅଷ୍ଟ୍ରେଲିଆରେ ନିଜ କ୍ରମାଗତ ୨ୟ ବିଜୟ ପରେ କଙ୍ଗାରୁ ଦଳ ଏକଦବିସୀୟ ଟାଇଟଲ୍ ହାସଲ କରିଛି । ଦୁଇ ଦଳ ମଧ୍ୟରେ ଥିବା ୩ୟ ଏକଦିବସୀୟ ମ୍ୟାଚ ଏବେ କେବଳ ଔପଚାରିକତା ହୋଇ ରହି ଯାଇଛି । ତେବେ ଆଜିର ମ୍ୟାଚରେ ପୁଣି ଥରେ କଙ୍ଗାରୁ ଦଳ ପ୍ରାଥମିକ ବ୍ୟାଟିଂରେ ଆକ୍ରମଣାତ୍ମକ ଛବି ଛାଡିବା ପାଇଁ ପ୍ରୟାସ କରିଥିଲା ଓ ସଫଳ ମଧ୍ୟ ହୋଇଥିଲା ।

ୱାର୍ଣ୍ଣର ୮୩, ଫିଞ୍ଚ୍ ୬୦, ସ୍ମିଥ୍ ୧୦୬, ଲାବୁସାନ୍ ୭୦ ଓ ମ୍ୟାକ୍ସୱେଲ୍ ୬୩ ରନ୍ କରିଥିଲେ । ୨ୟ ଥର ପାଇଁ ଅଷ୍ଟ୍ରେଲିଆ ଇତିହାସରେ ଏଭଳି ଏକ ଦୃଢ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଗୋଟିଏ ପାଳିରେ ଆଗ କ୍ରମର ୫ ଜଣ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିବା ଭଳି ସଫଳତା ୨ୟ ଥର ପାଇଂ ମିଳିଛି । ତେବେ ଦଳ ପୂର୍ବ ମ୍ୟାଚଠାରୁ ଭଲ ପ୍ରଦର୍ଶନ କରି ୩୮୯ର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ତେବେ ସ୍ମିଥ୍ ୬୨ ବଲରେ ଶତକ କରିଥିବା ବେଳେ ମ୍ୟାକ୍ସୱେଲ ପୁଣି ଥରେ ଦୁର୍ଦ୍ଦଶ ବ୍ୟାଟିଂ କରିଥିଲେ ।

ଅନ୍ୟପକ୍ଷରେ ଭାରତର ଓପନର ସାମାନ୍ୟ ଭଲ ଆରମ୍ଭ କରିଥିଲେ । ଦଳ ପାଇଁ ମୟଙ୍କ ୨୮ ରନ୍ ଓ ଧୱନ ୩୦ କରିଥିଲେ । ମାତ୍ର ବଡ ସ୍କୋରରେ ପରିବର୍ତ୍ତିତ କରିବାରେ ସଫଳ ହୋଇନଥିଲା । ପରେ ବିରାଟଙ୍କ ୮୯ ରନ୍ ସାମାନ୍ୟ ଆଶା ସଞ୍ଚାର କରିଥିଲେ ମଧ୍ୟ ଏହା ବେଶୀ ସମୟ ପାଇଁ ତିଷ୍ଟି ପାରି ନଥିଲା । ଏହାପରେ କିଛି ଛୋଟ ଓ ଭଲ ପାରି ଦେଖିବାକୁ ମିଳିଥିଲେ ମଧ୍ୟ ବିଜୟ ପାଇଁ ଏସବୁ ଯଥେଷ୍ଟ ନଥିଲା । କେଏଲ ରାହୁଲଙ୍କ ୭୬ ରନ୍ ଓ ରବିନ୍ଦ୍ର ଜାଡେଜାଙ୍କର ୧୧ ବଲରେ ୨୪ ରନ୍ ସାମାନ୍ୟ ରୋମାଞ୍ଚକର ଥିଲା ।

ତେବେ ସବୁ ପରେ ମଧ୍ୟ ଭାରତୀୟ ଦଳର ଆଗ କ୍ରମର ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଖରାପ ଥିଲା ବୋଲି କୁହାଯାଇପାରିବ । ସେହିଭଳି ବୋଲିଂ କ୍ଷେତ୍ରରେ ବୋଲରମାନେ ଏକଦମ ବିଫଳ । ପୂର୍ବ ମ୍ୟାଚ ଅପେକ୍ଷା ଫିଲ୍ଡଂ ଭଲ ହୋଇଥିଲା । ପଡ଼ିଆରେ କଙ୍ଗାରୁଙ୍କୁ ଚେକମେଟ୍ ଦେବାକୁ ଆଉ ଜଣେ ଓପନରଙ୍କୁ ସମସ୍ତେ ଖୋଜୁଥିଲେ । ଯିଏ ଏବେ ଭାରତୀୟ ଦଳର ଅଂଶ ନୁହନ୍ତି ।

ସେ ହେଉଛନ୍ତି ରୋହିତ ଶର୍ମା । ଆଷ୍ଟ୍ରେଲିଆକୁ ଦ୍ୱିଶତକ ମାରିବା ତାଙ୍କର ଏକମାତ୍ର ସଫଳତା ନୁହେଁ । ଯେବେ ଯେବେ ଅଷ୍ଟ୍ରେଲିଆ ବିରୋଧରେ ମ୍ୟାଚ ଖେଳିଛନ୍ତି, ବହୁତ୍ ଭଲ ପ୍ରଦର୍ଶନ କରିଛନ୍ତି । ଏହାବ୍ୟତୀତ ଏକ ବଡ଼ ସମସ୍ୟା ହେଉଛନ୍ତି ବୁମ୍ରା ଅଧିକ ପ୍ରଭାବଶାଳୀ ନହେବା ।  ବୋଲିଂ ୟୁନିଟରେ ନପଦୀପ୍ ସାଇନି ନୂଆ ମୁହଁ । ତେଣୁ ସାମି ଓ ବୁମ୍ରାଙ୍କ ପ୍ରଦର୍ଶନ ତାଙ୍କ ମନୋବଳ ବଢାଇପାରନ୍ତା, ମାତ୍ର ଉଭୟ ବୋଲର୍ ଖରାପ ପ୍ରଦର୍ଶନ କରିବା ଦଳ ପାଇଁ ସମସ୍ୟା ବଢାଇଛି ।

Leave a Reply