ଟିମ୍ ଇଣ୍ଡିଆରୁ ୫ ଖେଳାଳି ଆଉଟ, ଜଣେ ଖେଳିବାକୁ କରିଦେଲେ ମନା

ନନ୍ଦିଘୋଷ ବ୍ୟୁରୋ: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟଇମ୍ ଘୋଷଣା ହୋଇଛି । ୧୫ ଖେଳାଳିଙ୍କ ଏହି ସ୍ବାର୍ଡର ଅଧିନାୟକ ଶୁବମନ ଗିଲ ରହିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ଉପଅଧିନାୟକ କରାଯାଇଛି । ରିଷଭ ପନ୍ତ ଆଘାତ କାରଣରୁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ନଥିବାରୁ ତାଙ୍କ ସ୍ଥାନରେ ଉପଅଧିନାୟକ ଦାୟିତ୍ବ ଜାଡେଜାଙ୍କୁ ମିଳିଛି । ତେବେ ଖେଳାଳିଙ୍କ ନାଁ ଘୋଷଣା ପରେ ୫ ଜଣ ଖେଳାଳିଙ୍କୁ ନିରାଶ ହେବାକୁ ପଡ଼ିଛି । କାରଣ ଓ୍ବେଷ୍ଟଇଣ୍ଡିଜ ସିରିଜ ପାଇଁ ଏମାନଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନି । ଏହାସହ ଆଉ ଜଣେ ଖେଳାଳି ଖେଳିବାକୁ ମନା କରିଦେଇଛନ୍ତି । ଆସନ୍ତୁ ଜାଣିବା, କାହାକୁ ଟିମରେ ସ୍ଥାନ ମିଳିନି ଓ କିଏ ଖେଳିବାକୁ କରିଦେଲେ ମନା ।

କରୁଣ ନାୟର

ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ବାଦ ପଡ଼ିଥିବା ପ୍ରଥମ ଖେଳାଳି ହେଲେ କରୁଣ ନାୟର । ଏହି ଡାହାଣହାତି ବ୍ୟାଟରଙ୍କୁ ଇଂଲଣ୍ଡ ଗସ୍ତରେ ସୁଯୋଗ ମିଳିଥିଲା । ୪ଟି ମ୍ୟାଚ ଖେଳି ନାୟର କେବଳ ଗୋଟିଏ ଅର୍ଦ୍ଧଶତକ ମାରିବାକୁ ସକ୍ଷମ ହୋଇଥିଲେ । ଆଉ ଏହାର ପରିଣାମ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଆଉଟ ହୋଇ ତାଙ୍କୁ ଭରିବାକୁ ପଡ଼ିଛି ।

ଅଭିମନ୍ୟୁ ଈଶ୍ବରନ୍

ଅଭିମନ୍ୟୁଙ୍କ ସହ ପୁଣି ସେଇଆ ହେଲା, ଯାହା ଆଗରୁ ହୋଇ ଆସୁଛି । ଏହି ଡାହାଣହାତି ବ୍ୟାଟର ଇଂଲଣ୍ଡ ଗସ୍ତରେ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ପାଇଲେନି । ବେଞ୍ଚରେ ବସି ବସି ତାଙ୍କ ଗସ୍ତ ଶେଷ ହୋଇଗଲା । ଆଉ ଏବେ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମରୁ ହିଁ ତାଙ୍କୁ ବାହାର କରିଦିଆଗଲା । ମୁଖ୍ୟକୋଚ ଅଜିତ ଅଗରକରଙ୍କ କହିବା ଅନୁସାରେ, ଘରୋଇ ସିରିଜରେ ତୃତୀୟ ଓପ୍ନରଙ୍କ ସ୍ଥାନ ନାହିଁ । ତେଣୁ ଅଭିମନ୍ୟୁଙ୍କୁ ଟିମରେ ସ୍ଥାନ ମିଳିନି । ଯଦି ଆବଶ୍ୟକ ହୁଏ ତେବେ ଅଭିମନ୍ୟୁଙ୍କୁ ନିଶ୍ଚିତ ସୁଯୋଗ ମିଳିବ ।

ଆକାଶ ଦୀପ

ଆକାଶ ଦୀପଙ୍କ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ସିରିଜ ପାଇଁ ଟିମରେ ସ୍ଥାନ ମିଳିନି । ଇଂଲଣ୍ଡ ସିରିଜ ଡ୍ର କରିବାରେ ଏହି ଖେଳାଳିଙ୍କ ବଡ଼ ଭୁମିକା ଥିଲା । ହେଲେ ଆକାଶଙ୍କ ସ୍ଥାନରେ ପ୍ରସିଦ୍ଧ କୃଷ୍ଣାଙ୍କୁ ସୁଯୋଗ ଦିଆଗଲା । ଆକାଶ ଦୀପ ଏବେ ଇରାନୀ ଟ୍ରଫିରେ ରେଷ୍ଟ ଅଫ୍ ଇଣ୍ଡିଆ ପାଇଁ ଖେଳିବେ ।

ଶାର୍ଦୁଲ ଠାକୁର

ଶାର୍ଦୁଲଙ୍କୁ ବି ଟେଷ୍ଟ ଟିମରେ ସ୍ଥାନ ମିଳିନି । ଇଂଲଣ୍ଡ ସିରିଜିରେ ତାଙ୍କୁ ଦୁଇଟି ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା । ଏଥିରେ ତାଙ୍କୁ ମାତ୍ର ୨୭ ଓଭର ଖେଳିବାକୁ ସୁଯୋଗ ମିଳିଥିଲା । ଆଉ ଏହି ୨୭ ଓଭରରେ ସେ ୨ଟି ଓ୍ବିକେଟ୍ ନେଇଥିଲେ । ସେହିପରି ବ୍ୟାଟିଂରେ ବି ସେ କିଛି କମାଲ ଦେଖାଇ ପାରି ନଥିଲେ । ଏହି କାରଣରୁ ଟିମ୍ ଇଣ୍ଡିଆରେ ତାଙ୍କୁ ସୁଯୋଗ ମିଳିନି ।

ଅଂଶୁଲ କମ୍ବୋଜ

ଧ୍ରୁତ ବୋଲର ଅଂଶୁଲ କମ୍ବୋଜ ମଞ୍ଚେଷ୍ଟର ଟେଷ୍ଟରେ ଡ୍ରବ୍ୟୁ କରିଥିଲେ । ଆଉ ଏହି ମ୍ୟାଚରେ ସେ ଗୋଟିଏ ଓ୍ବିକେଟ୍ ନେବାକୁ ସକ୍ଷମ ହୋଇଥିଲେ । ଆଉ ଏବେ ଅଂଶୁଲଙ୍କୁ ଟିମରୁ ବାହାର ରାସ୍ତା ଦେଖାଇ ଦିଆଯାଇଛି ।

ଜଣେ ଖେଳାଳି ଖେଳିବାକୁ କରିଦେଲେ ମନା

୫ ଜଣ ଖେଳାଳିଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳି ନଥିଲେ ବି ଜଣେ ଖେଳାଳି ପାଇଥିବା ସୁଯୋଗକୁ ଛାଡି ଦେଇଛନ୍ତି । ଆଉ ଏହି ଖେଳାଳି ହେଲେ ଶ୍ରେୟାସ ଆୟର । ଓ୍ବେଷ୍ଟଇଣ୍ଡିଜ ଟିଷ୍ଟ ସିରିଜ ପାଇଁ ଶ୍ରେୟାସଙ୍କୁ ଟିମରେ ନିଆଯିବାର ଥିଲା । ହେଲେ ଫିଟନେସ୍ କଥା କହି ଖେଳିବାକୁ ମନା କରିଦେଇଥିଲେ । ଅଜିତ ଅଗରକର କହିଛନ୍ତି ଯଦି ଆୟର ଫିଟ ଥାନ୍ତେ ତେବେ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ସିରିଜରେ ଖେଳିବାକୁ ସୁଯୋଗ ମିଳିଥାନ୍ତା ।

ନଜର ପକାନ୍ତୁ