ଋଷର ପ୍ରସ୍ତାବ ଉପରେ ଭୋଟ୍ ଦେବାରୁ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ, ୟୁକ୍ରେନର ମାନବିକ ସଙ୍କଟ ଉପରେ ଋଷର ପ୍ରସ୍ତାବ ଉପରେ ଭୋଟ୍ ଦେବାରୁ ଦୂରେଇ ଯାଇଛି ଭାରତ । ସୂଚାନା ଯୋଗ୍ୟ ଯେ, ୟୁକ୍ରେନ ଏବଂ ଋଷ ଯୁଦ୍ଧ ପ୍ରସଙ୍ଗରେ ଭାରତ ନିଜର ନିରପେକ୍ଷ ବଜାୟ ରଖିଛି । ଏହାର କାରଣ ହେଉଛି ଏହା ପୂର୍ବରୁ, ଭାରତ ୟୁକ୍ରେନ ଓ ଋଷ ଯୁଦ୍ଧ ପ୍ରସଙ୍ଗରେ ଋଷ ବିରୋଧରେ ପାଶ୍ଚାତ୍ୟ ଦେଶଗୁଡିକର ପ୍ରସ୍ତାବ ଉପରେ ନିଜକୁ ଦୂରେଇ ରଖିଛି।

ଭାରତ ସମେତ ମୋଟ ୧୩ଟି ଦେଶ ଋଷର ପ୍ରସ୍ତାବ ଉପରେ ଭୋଟିଂରେ ଅଂଶଗ୍ରହଣ କରିନାହାଁନ୍ତି । ଋଷ ଏହି ପ୍ରସ୍ତାବ ସିରିଆ, ଉତ୍ତର କୋରିଆ ଏବଂ ବେଲାଋଷର ସହଯୋଗରେ ଆଣିଥିଲା । କିନ୍ତୁ ଏହା ପାସ୍ ହୋଇପାରିଲା ନାହିଁ, କାରଣ ଏହା ପାସ୍ କରିବାକୁ ୯ଟି ଦେଶର ଭୋଟ୍ ଆବଶ୍ୟକ ।

 ରୁଷର ପ୍ରସ୍ତାବରେ କ’ଣ ଥିଲା?

ଏହି ପ୍ରସ୍ତାବକୁ ସମର୍ଥନ କରି ଋଷ ଏବଂ ଚୀନ୍ ମତ ଦେଇଛନ୍ତି । ଅନ୍ୟପଟେ ଭାରତ ଏବଂ ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟମାନେ ଭୋଟିଂରେ ଅଂଶ ଗ୍ରହଣ କରିନଥିଲେ । ଜାତିସଂଘର ସ୍ଥାୟୀ ସଦସ୍ୟ ଋଷ ୧୫ ସଦସ୍ୟ ବିଶିଷ୍ଟ ପରିଷଦରେ ଏହି ପ୍ରସ୍ତାପ ଉପସ୍ଥାପନ କରିଥଲେ । ଏହି ପ୍ରସ୍ତାବରେ, ଋଷ ମହିଳା, ଶିଶୁ ଏବଂ ମାନବିକ କର୍ମୀଙ୍କ ସମେତ ସମସ୍ତ ନାଗରିକଙ୍କ ସୁରକ୍ଷା ଦେବା, ଋଷ ଏବଂ ୟୁକ୍ରେନ ମଧ୍.ରେ  ରାଜନୈତିକ କଥାବାର୍ତ୍ତା, ମଧ୍ୟସ୍ଥତା ଏବଂ ଅନ୍ୟାନ୍ୟ ଶାନ୍ତିପୂର୍ଣ୍ଣ ଉପାୟ ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି ।

ତେବେ ଭୋଟ୍ ଦେବା ପରେ ସଦସ୍ୟ ଦେଶମାନେ ବୟାନ ମଧ୍ୟ ଜାରି କରିଛନ୍ତି । କିନ୍ତୁ ଭାରତ କିଛି ବି ବୟାନ ଦେଇନାହିଁ। ଏହାପୂର୍ବରୁ ଭାରତ ସୁରକ୍ଷା ପରିଷଦରେ ଭୋଟ୍ ଦେବାକୁ ଦୁଇଥର ମନା କରିଦେଇଛି  ଭାରତ । ସାଧାରଣ ସଭାରେ ଋଷ ବିରୋଧରେ ହୋଇଥିବା ସଂକଳ୍ପ ଉପରେ ଭାରତ ମଧ୍ୟ ଭୋଟ୍ ଦେଇ ନାହିଁ।