ନୂଆଦିଲ୍ଲୀ: ଚୀନକୁ ଚ୍ୟାଲେଞ୍ଜ କରିବାକୁ ଏକାଠି ହେବେ ଭାରତ ଓ ଜାପାନ୍ । ଇଣ୍ଡୋ ପେସିଫିକ୍ରେ ଚୀନର ଦବଦବା ବଢୁଥିବା ବେଳେ ଏହାକୁ ମାତ୍ ଦେବାକୁ ସେହି ଅଞ୍ଚଳରେ ଭାରତ ଓ ଜାପାନର ବାୟୁସେନା ଡ୍ରିଲ ଆରମ୍ଭ କରିବାକୁ ଯାଉଛି। ଏଥିସହ ଉଭୟ ଦେଶରେ ମଧ୍ୟରେ ଅସ୍ତ୍ରଶସ୍ତ୍ର ନେଇ ମଧ୍ୟ କିଛି ଚୁକ୍ତି ହେବ। ଶିଳ୍ପ କ୍ଷେତ୍ରରେ ସହଭାଗିତା ନେଇ ମଧ୍ୟ ଉଭୟ ଦେଶ ପ୍ରୟାସ କରିବେ।
ଭାରତର ପ୍ରତିରକ୍ଷା ମନ୍ତ୍ରୀ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ୟାଶୁକାଜୁ ହାମଦାଙ୍କୁ ଭେଟିଛନ୍ତି । ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ମେରିଟାଇମ ଡୋମେନ ଆୱାରନେସ ଜରିଆରେ ଚୀନକୁ ଚକ୍ମା ଦେବାକୁ ସହମତି ପ୍ରକାଶ ପାଇଛି। ଏହାସହ ଭାରତ ନିଜର ପ୍ରତିରକ୍ଷା ବଜେଟ ବଢ଼ାଇବା ସହ ଜାପାନଠୁ ଘାତକ ଅସ୍ତ୍ରଶସ୍ତ୍ର ଆଣିବା ନେଇ ଆଲୋଚନା ହୋଇଛି। ଏପଟେ ଲଦାଖରେ ଗତ ଦୁଇ ବର୍ଷ ହେଲା ଭାରତ ଓ ଚୀନ ମଧ୍ୟରେ ବିବାଦ ଚାଲିଛି । ଏହି ସମୟରେ ଭାରତର ପଦକ୍ଷେପ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ଉଭୟ ଦେଶର ସେନା ଏଲଏସିରୁ ନିଜ ନିଜ କ୍ଷେତ୍ରକୁ ଫେରିବାକୁ ସହମତି ପ୍ରକାଶ କରିଛନ୍ତି।

