spot_img

Latest Posts

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ । ଆଜିଠୁ ଡିସେମ୍ବର ୫ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ଖେଳାଯିବ । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯିବାକୁ ଥିବାବେଳେ ସନ୍ଧ୍ୟା ୭ଟାରୁ ଖେଳ ଆରମ୍ଭ ହେବ । ଦଳରେ ସୂର୍ଯ୍ୟକୁମାର ଅଧିନାୟକ ରହିଥିବାବେଳେ ଋତୁରାଜ ଗାଇକ୍ବାଡ ଉପଅଧିନାୟକ, ଇଶାନ କିଷନ, ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା, ଓ୍ବାସିଂଟନ ସୁନ୍ଦର, ଅକ୍ଷର ପଟେଲ, ଶିବମ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଆବେଶ ଖାନ, ମୁକେଶ କୁମାର ସ୍ଥାନ ପାଇଛନ୍ତି ।

ବିଶ୍ବକପ ଖେଳିଥିବା ଦଳର ଅଧିକାଂଶ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟରୁ ସିରିଜ ଆରମ୍ଭ କରିବାକୁ ଦଳ ଲକ୍ଷ୍ୟ ରଖିଛି । ନଭେମ୍ବର ୨୬ରେ ତ୍ରିଭେନ୍ଦ୍ରମରେ ଦ୍ବିତୀୟ ମ୍ୟାଚ ଖେଳାଯିବାକୁ ଥିବାବେଳେ । ତୃତୀୟ ଟି-୨୦ ନଭେମ୍ବର ୨୮ରେ ଗୌହାଟୀରେ ଏବଂ ଚତୁର୍ଥ ଟି-୨୦ ଡିସେମ୍ବର ୧ରେ ରାୟପୁରରେ ଖେଳାଯିବ । ପଞ୍ଚମ ତଥା ଅନ୍ତିମ ଟି-୨୦ ଡିସେମ୍ବର ୩ତାରିଖରେ ବାଙ୍ଗାଲୋରରେ ଖେଳାଯିବ।

Latest Posts

Don't Miss