ପର୍ଥ: ଟସ ଜିତି ବ୍ୟାଟିଂ କରିବ ଭାରତ  ।  ସୁପର ସଣ୍ଡେରେ ହେବ ସୁପର ଫାଇଟ୍ । ଟି-୨୦ ବିଶ୍ବକପର ମହାଟକ୍କର ଦେଖିବାକୁ ମିଳିବ । ପର୍ଥରେ ଦକ୍ଷିଣ ଆଫ୍ରିକାକୁ ବୋଲିଂ କରିବ ଏବଂ ଟିମ୍ ଇଣ୍ଡିଆ କରିବ ବ୍ୟାଟିଂ । ଅପରାହ୍ନ ୪ଟା ୩୦ରୁ ମ୍ୟାଚ୍  ଆରମ୍ଭ ହେବାକୁ ଥିବାବେଳେ ଟସ ଜିତି ବ୍ୟାଟିଂ କରିବା ନେଇ ଭାରତ ନିଷ୍ପତ୍ତି ନେଇଛି । ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌‌ ଦୌଡ଼ରେ ଆଗରେ ରହିଛି । ଦୁଇଟି ମ୍ୟାଚ ଜିତି ୪ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦଳ ।

୧୧ ଜଣଙ୍କ ମଧ୍ୟରେ କେବଳ କେ.ଏଲ୍‌ ରାହୁଲଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରଭାବୀ ପ୍ରଦର୍ଶନ ଦେଇ ଚାଲିଛନ୍ତି । ହେଲେ ରାହୁଲ ଦୁଇଟି ମ୍ୟାଚ୍‌ରେ ମାତ୍ର ୧୩ ରନ୍‌ କରିଛନ୍ତି । ତେଣୁ ଆଜି ଖେଳାଳି ତାଲିକାରେ ପରିବର୍ତ୍ତନ ନେଇ ଆକଳନ କରିଛନ୍ତି କ୍ରୀଡାବିତ୍ । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା । ତେଣୁ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ମ୍ୟାଚ ଜିମ୍ବାଓ୍ବେ ସହ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚରେ ବାଂଲାଦେଶରୁ ହରାଇ ୩ ପଏଣ୍ଟ ହାସଲ କରିଛି । ତେଣୁ ଆଜି ମ୍ୟାଚ ଜିତିବାକୁ ଦଳ ଭରପୂର ଉଦ୍ୟମ କରିବ ।