ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ, ବୁମରା ହେଲେ ପ୍ଲେୟାର ଅଫ ଦ ମ୍ୟାଚ୍

1 min read

ନନ୍ଦିଘୋଷ ବ୍ୟୁରୋ: ବିଶାଖାପାଟଣାମ ଟେଷ୍ଟରେ ଟିମ ଇଣ୍ଡିଆର ବଡ଼ ବିଜୟ । ଇଂଲଣ୍ଡକୁ ୧୦୬ ରନରେ ପରାସ୍ତ କଲା ଭାରତ । ପ୍ରଥମ ଟେଷ୍ଟରେ ଭାରତର ପରାଜୟ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟରେ ବିଜୟ ସହ ବଦଲା ନେଇଛି ରୋହିତ ବାହିନୀ । ୧-୧ରେ ସିରିଜ ଏବେ ବରାବର ହୋଇଛି । ଜଶପ୍ରିତ ବୁମରା ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି । ଦ୍ବିତୀୟ ପାଳିରେ ତିନୋଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ପ୍ରଥମ ପାଳିରେ ୬ଟି ଓ୍ବିକେଟ ଅକ୍ତିଆର କରିଥିଲେ ବୁମରା । ତେବେ ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୨୯୨ ରନରେ ଅଲଆଉଟ ହୋଇଯାଇଛି ।

ଭାରତ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଜୟସ୍ବାଲଙ୍କ ଦ୍ବିତଶକୀୟ ପାଳି ବଳରେ ଦଳ ୨୯୬ ରନ କରିଥିଲା । ସେପଟେ ଇଂଲଣ୍ଡ ପ୍ରଥମ ପାଳିରେ ୨୫୩ ରନ କରିବାରେ ସକ୍ଷମ ହୋଇଥିଲା । ପରେ ଭାରତ ଦ୍ବିତୀୟ ପାଳିରେ ୨୫୫ ରନରେ ଅଲଆଉଟ ହୋଇଥିଲା । ଶୁଭମନ ଗିଲ ଏହି ପାଳିରେ ଶତକ ହାସଲ କରିଥିଲା । ମାତ୍ର ଅନ୍ୟ କୌଣସି ଖେଳାଳି ସେମତି ବଡ଼ ପାଳି ଖେଳିପାରିନଥିଲେ । ଫଳରେ ଇଂଲଣ୍ଡ ଆଗରେ ୩୯୯ ରନର ବିଜୟ ଲକ୍ଷ୍ୟ ରହିଥିଲା । ମାତ୍ର ୨୯୨ ରନ କରି ଅଲଆଉଟ ହୋଇଥିଲା ଭ୍ରମଣକାରୀ ଦଳ ।