ଅଲିମ୍ପିକ୍ସରେ କମାଲ କଲା ଭାରତୀୟ ପୁରୁଷ ହକି ଟିମ, ୪୦ ବର୍ଷ ପରେ ସେମି ଫାଇନାଲକୁ ଏଣ୍ଟ୍ରି

1 min read

ଟୋକିଓ:  ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତ  ।  ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍ ଦମଦାର ପ୍ରଦର୍ଶନ କରିବା ସହ ସେମିଫାଇନାଲକୁ ଉନ୍ନୀତ ହୋଇଛି  । ଆଜିର ମ୍ୟାଚରେ ଭାରତ ପୁରୁଷ ହକି ଟିମର ପ୍ରଦର୍ଶନ ଇତିହାସ ଏଥିପାଇ ରଚିଛି  । କାରଣ ଦୀର୍ଘ ୪୦ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ସେମି ଫାଇନାଲକୁ ପ୍ରବେଶ କରିବାରେ ସଫଳ ହୋଇଛି  ।

ଆଜି କ୍ବାର୍ଟର ଫାଇନାଲ ଥିବାବେଳେ ପ୍ରତିପକ୍ଷ ବ୍ରିଟେନକୁ ହରାଇଛି ଭାରତ  । 3-1ରେ ବ୍ରିଟେନକୁ ହରାଇବା ସହ ସେମି ଫାଇନାଲରେ ପ୍ରବେଶ କରିଛି ଭାରତ  । ସେପଟେ ସେମିଫାଇନାଲରେ ବେଲଜିୟମକୁ ଭେଟିବ ଭାରତୀୟ ପୁରୁଷ ହକି ଟିମ  ।

୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ହକି ଟିମ୍ ଅଲମ୍ପିକ୍ସର ସେମିଫାଇନାଲରେ ପହଂଚିଛି । ଫାଇନାଲ ଓ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ । ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲମ୍ପିକ୍ସରେ ଭାରତୀୟ ଟିମ୍ ସେମିଫାଇନାଲରେ ପହଂଚିଥିଲା । ଆଉ ଶେଷ ଥର ପାଇଁ ମଧ୍ୟ ୧୯୮୦ ମସିହାରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲା ।

Leave a Reply