ଭାରତ ଓ ଚୀନ ମଧ୍ୟରେ ବ୍ୟବସାୟ କାରବାରରେ ରେକର୍ଡ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବ୍ୟବସାୟ କାରବାରରେ ରେକର୍ଡ। ୨୦୨୧ରେ ଦୁଇ ଦେଶ ମଧ୍ୟରେ ୧୨୫ ବିଲିୟନ ଡଲାରର ବ୍ୟବସାୟ ହୋଇଛି। ଯାହା ଅନ୍ୟ ସମୟ ଠାରୁ ସର୍ବାଧିକ ହୋଇଥିବା ବେଳେ ୨୦୨୨ରେ ମଧ୍ୟ ଏହି ଟ୍ରେଣ୍ଡ ବଦଳିନାହିଁ । ପ୍ରଥମ ତିନି ମାସରେ ୧୫ ପ୍ରତିଶତ ଅଧିକ ବ୍ୟବସାୟ ହୋଇଥିବା ବେଳେ ଯାହାର ମୂଲ୍ୟ ୩୧.୯୬ ବିଲିୟନ ଡଲାର ରହିଛି ।

୨୦୨୧ରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭାରତ ୨୭.୬୯ ବିଲିୟନ ଡଲାରର ସାମଗ୍ରୀ ଆମଦାନୀ କରିଥିବା ବେଳେ ୪.୮୭ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥିଲା । କୌଣସି ଦେଶ ସହ ଭାରତର ବ୍ୟବସାୟ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଲଦାଖ ସଂଘର୍ଷ ପରେ ଚୀନକୁ ଉଚିତ୍ ଜବାବ ଦେବାକୁ ଭାରତ ସରକାର ଚୀନ୍ ଉପରେ ଆର୍ଥିକ କଟକଣା ଲଗାଇଥିଲେ। ଚୀନ ସାମଗ୍ରୀକୁ ବୟକଟ କରିବା ପାଇଁ ଏକ ବିରାଟ ଅଭିଯାନ ଚାଲିଥିଲା । କିନ୍ତୁ ତାହା କେବଳ ସାମୟୀକ ହୋଇ ରହିଯାଇଛି।

ଖାଲି ଏତିକି ନୁହେଁ ଭାରତ ସରକାର ମେକ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦେବାକୁ ବାହାର ଦେଶ ଉପରେ ଆତ୍ମନିର୍ଭରତା କମାଇବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । କିନ୍ତୁ ତାହା ପାଣିର ଗାର ପାଲଟିଛି । ଭାରତ ସହ ଚୀନର ବ୍ୟବସାୟୀକ ସମ୍ପର୍କ ଆହୁରି ମଝୁଭୁତ ହୋଇଛି । ଦୁଇ ଦେଶ ମଧ୍ୟରେ ଏହା ସର୍ବାକାଳିନ ରେକର୍ଡ ବୋଲି କୁହାଯାଉଛି । ସୀମା ବିବାଦ ଭିତରେ ଚୀନ ସହ ଏଭଳି ବ୍ୟବସାୟୀକ ରେକର୍ଡକୁ ବିରୋଧୀ ସମାଲୋଚନା କରିଛନ୍ତି ।