ପୁଣି ଡରାଇଲାଣି କରୋନା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୫୨ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କୋଭିଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୭୫୨ଟି ନୂଆ ମାମଲା  ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି । ଗତ ମେ ୨୧ ତାରିଖଠାରୁ ଏହି ସଂକ୍ରମଣ ସର୍ବାଧିକ ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୩ ହଜାର ୪୨୦ ଲୋକ କୋଭିଡ ସଂକ୍ରମିତ ହୋଇଛନ୍ତି । ବିହାରର ପାଟନା, ଗୟା ଓ ଦରଭଙ୍ଗା ବିମାନ ବନ୍ଦରରେ ରାଣ୍ଡମ ଟେଷ୍ଟ ଲାଗି ନିର୍ଦ୍ଦେଶ ଦିଆଯାଇଛି । ସେପଟେ  ବିଶ୍ବରେ ବଢୁଛି ଜେଏନ.1 ସଂକ୍ରମଣ । ଇଂଲଣ୍ଡରେ ସବୁଠାରୁ ଅଧିକ ସଂକ୍ରମଣ ସୃଷ୍ଟି କରୁଛି ଭାରିଆଣ୍ଟ । ଇଂଲଣ୍ଡ ଓ ସ୍କଟଲ୍ଯାଣ୍ଡରେ ପ୍ରତି 24ଜଣରେ ଜଣେ କୋଭିଡ ସଂକ୍ରମିତ ହେଉଛନ୍ତି । ବିଶେଷ କରି ୧୮ରୁ ୪୪ ବର୍ଷ ବୟସ୍କ ଅଧିକ ସଂକ୍ରମିତ ହେଉଛନ୍ତି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସିର ରିପୋର୍ଟ ଅନୁସାରେ ଶୀତ ଋତୁରେ ହିଁ ଏହି ସଂକ୍ରମଣ ବଢୁଛି । ସେମାନଙ୍କୁ ପ୍ରଶ୍ବାସଗତ ସମସ୍ୟା ଦେଖାଦେଉଛି । ଲଣ୍ଡନରେ ସଂକ୍ରମିତଙ୍କ ହାର ହୋଇଛି ୬.୧ ପ୍ରତିଶତ ।