India Corona Update: ନଭେମ୍ବର ମାସରେ ଜୁନର ପ୍ରକୋପ, ଦିଲ୍ଲୀରେ ପ୍ରତି ଘଣ୍ଟାରେ ଯାଉଛି ୪ ଜୀବନ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ ଦିନକରେ ୩୦ହଜାର ୫୪୮କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୪୩୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୮ଲକ୍ଷ ୪୫ହଜାର ୧୨୭ରେ ପହଞ୍ଚିଛି । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୩୦ହଜାର ଟପିଛି । ଦେଶରେ କରୋନା ଆକ୍ଟିଭ କେସ୍ ୪ଲକ୍ଷ ୬୫ହଜାର ୪୭୮ଥିବା ବେଳେ ସୁସ୍ଥ ହେଲେଣି ୮୨ଲକ୍ଷ ୪୯ହଜାର ୫୭୯ ।

ଦୈନିକ ସଂକ୍ରମଣରେ କେରଳ ଆଗରେ ଥିବା ବେଳେ ସର୍ବାଧିକ ୪ହଜାର ୫୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେପଟେ ଦେଶରେ ମହାରାଷ୍ଟ୍ରରେ ମୋଟ୍ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ସର୍ବାଧିକ । ସେପଟେ ଦିଲ୍ଲୀରେ ଚିନ୍ତା ବଢାଉଛି କରୋନାଗ୍ରାଫ୍ । ପ୍ରତି ଘଣ୍ଟାରେ ୪ଜଣଙ୍କ ଜୀବନ ନେଉଛି କିଲର ଭାଇରସ୍ । ଗତକାଲି ୯୫ଜଣ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ନଭେମ୍ବର ମାସରେ ହିଁ ଦିଲ୍ଲୀରେ ୧୧ଶହରୁ ଅଧିକ ପ୍ରାଣ ହରାଇଛନ୍ତି । ଗତ ୧୫ ଦିନ ମଧ୍ୟରେ ଦୈନିକ ପ୍ରାୟ ୭୩ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି ।

ଦିଲ୍ଲୀରେ କିଛି ଦିନ ହେବ ମୃତ୍ୟୁ ହାର ବଢ଼ି ପ୍ରତିଦିନ ୯୦ ପ୍ରତିଶତ ମୃତ୍ୟୁ ହେଉଛି । ପୂର୍ବ ଗୁରୁବାର ଦିନ ଦିଲ୍ଲୀରେ ସର୍ବାଧିକ ୧୦୪ ଲୋକଙ୍କ ମୃତ୍ୟୁ ହୋଇଥିଲା । ଶନିବାର ଦିନ ୯୬ ଜଣ କରୋନା ଭାଇରସ ପାଇଁ ମୃତ୍ୟୁ ବରଣ କରିଥିଲେ । ଏଯାବତ କରୋନାରେ ୭୬୧୪ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଦେଶର ରାଜଧାନୀ ଦିଲ୍ଲୀରେ ମୃତ୍ୟୁ ହାର ୧.୫ ପ୍ରତିଶତ ରହିଛି ।

Leave a Reply