ପୁଣି ଡରାଇଲାଣି କରୋନା, ଫେରିବ କି ମାସ୍କ

ନୂଆଦିଲ୍ଲୀ: କରୋନା ଭାଇରସ କଥା ମନେ ପଡ଼ିଗଲେ ଆଜି ମଧ୍ୟ ଦେହ ସିତେଇପଡ଼େ । ସହଜ ବୋଲି ଭାବିଥିବା ଭାଇରସ ଅନେକଙ୍କ ଜୀବନ ନେଇଛି । ତେବେ ପୁଣିଥରେ କରୋନା ଭାଇରସ ଚିନ୍ତା ବଢ଼ାଇଲାଣି । ରବିବାର ଦେଶରେ ୩୩୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ହୋଇଛି । କେବଳ କେରଳର ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୧ ରହିଛି । ତଥ୍ୟ ଅନୁଯାୟୀ ଏହି ରୋଗରୁ ୪,୪୪,୬୯,୭୭୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ୯୮.୮ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧.୧୯ ପ୍ରତିଶତ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ କରୋନା ଭାଇରସ ଦେଶରେ ଚିନ୍ତାର ବିଷୟ ପାଲଟିଥିଲା ।

କରୋନା ଭାଇରସ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାବେଳେ ଲୋକେ ମାସ୍କକୁ ଭଉଳି ଗଲେଣି । ସମସ୍ତଙ୍କ ମୁହଁରେ ମାସ୍କ ରହୁଥିବାବେଳେ ଏବେ କିନ୍ତୁ କାଭାଁ ଲୋକ ବ୍ୟବହାର କରୁଛନ୍ତି । ତେବେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ହୋଇଥିବାବେଳେ କୁହାଯାଉଛି କି, ପୁଣିଥରେ ମାସ୍କ ଫେରିବ । କେରଳରେ ପୁଣିଥରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାବେଳେ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କ ସଚେତନ କରାଯାଉଥିବାବେଳେ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ସଜାଗ ରହିଛନ୍ତି ।