spot_img

Latest Posts

ଦେଶରେ ଦିନକରେ ୫୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ୍ କେସ ରହିଛି ୬ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ଲଗାତାର କମୁଛି କରୋନା ସଂକ୍ରମଣ  ।  ଗତ ୨୪ ଘଣ୍ଟାରେ ୫୪ହଜାର ୬୯  ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ, ୧ ହଜାର ୩୨୧ ଜଣଙ୍କ ଜୀବନ ନେଉଛି ମହାମାରୀ  । ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୮ ହଜାର ୮୮୫ ଜଣ । ତେବେ ଭାରତରେ ମୋଟ୍‌ ସକ୍ରିୟ ମାମଲା ୬ଲକ୍ଷ  ୨୭ହଜାର ୫୭ କୁ ହ୍ରାସ ପାଇଛି  ।

ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୮୨ହଜାର ୭୭୮କୁ ବୃଦ୍ଧି ପାଇଥିବା ବେଳେ, ଦେଶରେ ଏଯାଏ ମୋଟ ୨କୋଟି  ୯୦ଲକ୍ଷ ୬୩ହଜାର ୭୪୦ ଜଣ ଆରୋଗ୍ୟ ହୋଇସାରିଛନ୍ତି । ଦେଶରେ ସୁସ୍ଥତା ହାର ୯୬ଦଶମିକ ୬୧ପ୍ରତିଶତକୁ ବୃଦ୍ଧି ହୋଇଛି  । ଏହା ସହିତ ଦିନକୁଦିନ ପଜିଟିଭି ହାର ମଧ୍ୟ କମିବାରେ ଲାଗିଛି  ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୦ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ପ୍ରାୟ ୯୬ ପ୍ରତିଶତ ରହିଛି। ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ହୋଇଛି। କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଅନୁଯାୟୀ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

Latest Posts

Don't Miss