ଦେଶରେ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୪ ହଜାର ୪୬୦ ସଂକ୍ରମିତ ଚିହ୍ନଟ

1 min read
Corona

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୧୪ ହଜାର ୪୬୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ସେହିଭଳି ଆଜି ୨୬୭୭ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ଏହାସହ ୧ ଲକ୍ଷ ୮୯ ହଜାର ୨୩୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅର୍ଥାତ୍ ଗତ ଦିନରେ ୭୭,୪୪୯ ଆକ୍ଟିଭ କେସ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୮୮ଲକ୍ଷ ୯ହଜାର ୩୩୯ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୨କୋଟି ୬୯ଲକ୍ଷ ୮୪ହଜାର ୭୮୧ଜଣ ଆକ୍ରାନ୍ତ । ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୪୬ହଜାର ୭୫୯ଥିବା ବେଳେ ଆକ୍ଟିଭ କେସ୍ ରହିଛି ୧୪ଲକ୍ଷ ୭୭ହଜାର ୭୯୯ ।

ସେହିପରି କରୋନାର ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ସଂକ୍ରମଣ କମୁଥିବାରୁ ମହାରାଷ୍ଟ୍ର ଓ ଦିଲ୍ଲୀରେ ଆରମ୍ଭ ହେଉଛି ଅନଲକ ପ୍ରକ୍ରିୟା  । ଆସନ୍ତାକାଲିଠୁ ଦିଲ୍ଲୀରେ ଅଡ-ଇଭେନ୍ ହିସାବରେ ଖୋଲିବ ଦୋକାନ ଓ ମଲ୍  । ସକାଳ ୧୦ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର । ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ ଓ ଘରୋଇ ଅଫିସ୍  ।

ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ଏହାକୁ ଆଖି ଆଗରେ ରଖି କୋହଳ କରିଛନ୍ତି କେଜ୍ରିଓ୍ବାଲ ସରକାର । ସେହିପରି ମହାରାଷ୍ଟ୍ରରେ ଆରମ୍ଭ ହେବାକୁ ଯାଉଛି ଅନଲକ୍ । ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଅନଲକ୍ ପର୍ଯ୍ୟାୟ । ରାଜ୍ୟରେ ୫ଟି ସ୍ତରରେ ଅନଲକ୍ ହେବା ନେଇ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି  । ୫ ପ୍ରତିଶତରୁ କମ ପଜିଟିଭ୍ ହାର ଥିବା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଲାଗୁ ହେବ  । ଏହି ଜିଲ୍ଲା ଗୁଡିକରେ ସମସ୍ତ କଟକଣା ହଟାଇ ଦିଆଯିବ  । ରାଜ୍ୟରେ ୧୮ଟି ଜିଲ୍ଲାରେ ଲାଗୁ ହେବ ପ୍ରଥମ ପର୍ଯ୍ୟାୟ ଅନଲକ୍  । ପଜିଟିଭ୍ ରେଟ୍ ୫ ପ୍ରତିଶତରୁ କମ ଓ ଅକ୍ସିଜେନ୍ ବେଡ୍ ୨୫ ପ୍ରତିଶତରୁ ୪୦ ପ୍ରତିଶତ ଥିବା ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଲାଗୁ ହେବ ।

Leave a Reply