ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୫୯୬ ସଂକ୍ରମିତ ଚିହ୍ନଟ, କମିଛି ମୃତ୍ୟୁ ସଂଖ୍ୟା

Coronavirus Mu Variant Case Found In Colombia More Dangerous Than Delta

ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହେଉଛି କରୋନାର ଦ୍ବିତୀୟ ଲହର  । ୨୪ ଘଣ୍ଟାରେ ୯୨ ହଜାର ୫୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏବଂ ୨ ହଜାର ୨୧୯ ଜଣକ ମୃତ୍ୟୁ ହୋଇଛି  । ସେହିଭଳି ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୬୨ ହଜାର ୬୬୪ ଜଣ ସଂକ୍ରମିତ  । ଦେଶରେ ଏବେ ମୋଟ ଆକଟିଭ୍ କେସ୍ ୧୨ ଲକ୍ଷ ୩୧ ହଜାର ୪୧୫ ରହିଛି । ଏବେ ସୁଦ୍ଧା ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାପୂର୍ବରୁ ସୋମବାର ଦିନ ୮୬,୪୯୮ ମାମଲା ରୁଜୁ ହୋଇଥିଲା।

ଆଜି କ୍ରମାଗତ ୨୭ ଦିନ ପାଇଁ ଦେଶରେ କରୋନାରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜୁନ୍ ୮ ପର୍ଯ୍ୟନ୍ତ ସାରା ଦେଶରେ ଦେଶରେ ୨୩ କୋଟି ୯୦ ଲକ୍ଷ ୫୮ ହଜାର ୩୬୦ ଡୋଜ୍ ଟିକା ଦିଆସରିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । । ଶେଷ ଦିନରେ ୨୭ ଲକ୍ଷ ୭୬ ହଜାର ଟିକା ଦିଆଯାଇଥିଲା। ଏଥି ସହିତ ଏପର୍ଯ୍ୟନ୍ତ ୩୭ କୋଟି କରୋନା ପରୀକ୍ଷା କରାଯାଇଛି। ଗତ ଦିନରେ ପ୍ରାୟ ୨୦ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୨୧ ପ୍ରତିଶତ ଥିବାବେଳେ ସୁସ୍ଥତା ହାର ୯୪ ପ୍ରତିଶତରୁ ଅଧିକ ରହିଛି। ସକ୍ରିୟ ମାମଲା ୫ ପ୍ରତିଶତରୁ କମ୍ ହୋଇଛି । କରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱରେ ଆମେରିକା ଓ ବ୍ରାଜିଲ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

Leave a Reply