ଆଜିଠୁ ଦେଶରୁ ହଟିଲା କୋଭିଡ୍ କଟକଣା, ମାସ୍କ ପିନ୍ଧିବା ନେଇ ନିଆଗଲା ବଡ଼ ନିଷ୍ପତ୍ତି

India End All Covid Restrictions Wearing Face Mask Continue

ନୂଆଦିଲ୍ଲୀ: ଦେଶରେ କାଲିଠୁ ହଟିଯିବ କରୋନା କଟକଣା । ଆଜି କଟକଣା ଅବଧିର ଶେଷ ଦିନ । ଦେଶରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର କୋଭିଡ୍ ମୁକାବିଲା ସମ୍ପର୍କିତ ସ୍ୱତନ୍ତ୍ର କଟକଣା ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏସଓପି ଜାରି ରହିବ । କୋଭିଡ୍ ମୁକାବିଲା ପାଇଁ କେନ୍ଦ୍ର ସରକାର ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନ୍ତର୍ଗତ ଏକାଧିକ କଟକଣା ଜାରି କରିଥିଲେ ।

India End All Covid Restrictions Wearing Face Mask Continue

ସେସବୁ କଟକଣାର ଅବଧି ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଛି । ପ୍ରାୟ ଦୁଇ ବର୍ଷ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କୋଭିଡ୍ ମୁକାବିଲା ସମ୍ପର୍କିତ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସୁପାରିସ୍ ପରେ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗତ ସପ୍ତାହରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅବଗତ କରାଇଥିଲେ କେନ୍ଦ୍ର ସରକାର । ମହାମାରୀ ଆଇନ୍ ହଟୁଥିଲେ ମଧ୍ୟ ମାସ୍କ ପିନ୍ଧିବା ଲାଗି କୁହାଯାଇଛି । ପୂର୍ବଭଳି ସାମାଜିକ ଦୂରତା ରକ୍ଷା ଲାଗି ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।