ନନ୍ଦିଘୋଷ ବ୍ୟୁରୋ: ଦେଶରେ ବଢ଼ିବାରେ ଲାଗିଛି ଆଣ୍ଟିବାୟୋଟିକ୍ ମେଡିସିନର ମାତ୍ରାଧିକ ବ୍ୟବହାର । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ମାତ୍ରାଧିକ ଆଣ୍ଟିବାୟୋଟିକ୍ ବ୍ୟବହାର ଆଗକୁ ଗମ୍ଭୀର ସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି । ଦି ଲାନସେଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅଧିକ ଚିନ୍ତା ପ୍ରକଟ କରିଛି । ପୂର୍ବ ଅପେକ୍ଷା କୋଭିଡ୍ ପରଠାରୁ ବ୍ୟବହାର ମାତ୍ରାଧିକ ହୋଇଯାଇଛି । ମେଡିସିନ ଷ୍ଟୋରରୁ ଅତି ସହଜରେ ଉପଲବ୍ଧ ରହୁଥିବାବେଳେ ଲୋକେ ଏହାକୁ ବ୍ୟବହାର କରୁଛନ୍ତି ।
ବିଶ୍ୱସ୍ତରୀୟ ଅଧ୍ୟୟନରୁ ଜଣାପଡିଛି ଯେ ଭାରତୀୟ ରୋଗୀମାନେ ଅଧିକ ଦୁର୍ବଳ, ବିଶେଷକରି ଯେଉଁମାନେ ଦୀର୍ଘକାଳୀନ ଫୁସଫୁସ ରୋଗ, ହୃଦଘାତ ରୋଗରେ ପୀଡିତ ଏବଂ ଯେଉଁମାନେ ବାରମ୍ବାର ଆଣ୍ଟିବାୟୋଟିକ୍ ଔଷଧ ଆବଶ୍ୟକ କରନ୍ତି। ବିଶ୍ୱସ୍ତରୀୟ ଅଧ୍ୟୟନ ସମୟରେ, ଡାକ୍ତରମାନେ ଭାରତ, ଇଟାଲୀ, ଯୁକ୍ତରାଷ୍ଟ୍ର ଏବଂ ନେଦରଲ୍ୟାଣ୍ଡର ଡାକ୍ତରଖାନାଗୁଡ଼ିକରେ 1,200 ରୋଗୀଙ୍କୁ ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରୁ, ଭାରତୀୟ ରୋଗୀଙ୍କଠାରେ ପ୍ରତିରୋଧୀ ଜୀବାଣୁର ପ୍ରଚଳନ ଅସାଧାରଣ ଭାବରେ ଅଧିକ ଥିଲା (83%)। ଡାକ୍ତରମାନେ କହିଛନ୍ତି ଯେ ଚିହ୍ନଟ ହୋଇଥିବା ଅଧିକାଂଶ ଜୀବାଣୁ ଶେଷ ଉପାୟରେ ଆଣ୍ଟିବାୟୋଟିକ୍ ପ୍ରତି ପ୍ରତିକ୍ରିୟା କରନ୍ତି ନାହିଁ। ତୁଳନାତ୍ମକ ଭାବରେ, ଇଟାଲୀର 31.5%, ଯୁକ୍ତରାଷ୍ଟ୍ରରେ 20% ଏବଂ ନେଦରଲ୍ୟାଣ୍ଡରେ କେବଳ 10.8% ରୋଗୀଙ୍କଠାରେ ଏହି ହାର ମିଳିଥିଲା।
ତେବେ ମାତ୍ରାଧିକ ବ୍ୟବହାରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା କହିଛନ୍ତି କି, ଏହା ଦୁର୍ଭାଗ୍ୟଜନକ । ଏଭଳି ମେଡିସିନର ବ୍ୟବହାର ଏବେ ସାଧାରଣ ହୋଇଗଲାଣି । ଏଣୁ ଏଭଳି ଏକ ପଦକ୍ଷେପକୁ ସଶୋଂଧନ କରିବା ଜରୁରୀ । ତେବେ ଏହାକୁ ସାମୁହିକ ଭାବେ ପ୍ରୟାସ କରିବା ଆବଶ୍ୟକ । ଏହାଦ୍ବାରା ଏଭଳି ଏକ ଗୁରୁତର ସମସ୍ୟାର ସମାଧାନ ସହଜରେ ହୋଇପାରିବ । ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଅନେକ ଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ମଧ୍ୟ କହିଛନ୍ତି ।

