ଖାତା ଖୋଲି ପାରିଲେନି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ

1 min read

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଖାତା ଖୋଲି ପାରିଲେନି ୩ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ । ଇଶାନ କିଶାନ, ରୋହିତ ଶର୍ମା ଏବଂ ଶ୍ରେୟସ ଆୟାର ଶୂନ ରନରେ ଆଉଟ ହୋଇଛନ୍ତି । ଖାତା ଖୋଲିବା ପୂର୍ବରୁ କଙ୍ଗାରୁ ବୋଲରଙ୍କ ଶିକାର ହୋଇଛନ୍ତି ଏହି ଭାରତୀୟ ଖେଳାଳି । ଭାରତ ପକ୍ଷରୁ କୋହଲି ଏବଂ ରାହୁଲ ବ୍ୟାଟିଂ ଜାରି ରଖିଛନ୍ତି । ହାଜେଲ ହୁଡ୍ ୨ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଷ୍ଟାର୍କ ପ୍ରଥମ ଓଭରରୁ ଇଶାନଙ୍କୁ ଆଉଟ କରି ଦଳକୁ ପ୍ରଥମ ସଫଳତା ଦେଇଛନ୍ତି ।

ସୂଚନା ଥାଉକି, ବିଶ୍ବକପରେ ସୁପର ସଣ୍ଡେରେ ଅନୁଷ୍ଠିତ ସୁପର ମ୍ୟାଚରେ ଅଷ୍ଟ୍ରେଲିଆ ବନାମ ଭାରତ ମ୍ୟାଚରେ ଦମଦାର ବୋଲିଂ କରିଛନ୍ତି ରୋହିତ ବାହିନୀ । ୧୯୯ ରନରେ ଅଲଆଉଟ ହୋଇଛି କଙ୍ଗାରୁ ଟିମ୍ । ଭାରତ ଆଗରେ ୨୦୦ ରନର ବିଜୟ ଳକ୍ଷ୍ୟ ରହିଛି । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ବୁମରା ଏବଂ କୁଲଦୀପ ଯାଜବ ୨ ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେପଟେ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ କୌଣସି ଜଣେ ମଧ୍ୟ ଖେଳାଳି ଅର୍ଦ୍ଧଶତକ ହାସଲ କରି ନାହାନ୍ତି । ସ୍ମିଥ୍ ସର୍ବାଧିକ ୪୬ ରନ ସଂଗ୍ରହ କରିଛନ୍ତି ।  ଓ୍ବାର୍ଣ୍ଣର ୪୧ ରନ ସଂଗ୍ରହ କରିଛନ୍ତି । ଏମାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୩୦ ରନରୁ ଅଧିକ କରି ନାହାନ୍ତି ।

ଭାରତ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଏହାକୁ ସହଜରେ କରିପାରିବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି ।  ଶକ୍ତିଶାଳୀ ଅଷ୍ଟ୍ରେଲିଆର ବୋଲରମାନେ ମଧ୍ୟ ଦମଦାର ଫର୍ମରେ ରହିଛନ୍ତି । ଏଣୁ ଭାରତ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ଥିଲେ ସୁଦ୍ଧା ବ୍ୟାଟ୍ସମ୍ୟାନଙ୍କୁ ଧର୍ଯ୍ୟର ସହ ଖେଳିବାକୁ ପଡ଼ିବ । ତେବେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଡେଙ୍ଗୁ ଚିହ୍ନଟ ହୋଇଥିବାରୁ ଆଜିର ମ୍ୟାଚରେ ଖେଳୁ ନାହାନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଇଶାନ କିଶାନ ରୋହିତଙ୍କ ସହ ଓପନିଂ କରି ପାରନ୍ତି ।