ବିବାଦ ପରେ ଏବେ ଅଧିକ ସର୍ଚ୍ଚ ହେଉଛି ଲାକ୍ଷାଦ୍ବୀପ, ମାଳଦ୍ବୀପକୁ ଲୋକେ କରୁଛନ୍ତି ନାପସନ୍ଦ

1 min read

ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ପାଇଁ ଭାରତ ଏବଂ ମାଳଦ୍ବୀପ ଭିତରେ ବିବାଦ ଏବଂ ଆହୁରୀ ଗମ୍ଭୀର ହେବାକୁ ଯାଉଛି । ସରକାର ସହ ସାଧାରଣ ନାଗରିକ ମଧ୍ୟ ମାଳଦ୍ବୀପକୁ ବହିସ୍କାର କରୁଛନ୍ତି । ଏବେ ଲାକ୍ଷାଦ୍ବୀପ ବିଷୟରେ ଜାଣିବାକୁ ଲୋକଙ୍କ ରୁଚି ବଢ଼ିବାରେ ଲାଗିଛି । ଏହାରି ଭିତରେ ଏବେ ମେକ ମାଇ ଟ୍ରିପରେ ବହୁତ ସର୍ଚ୍ଚ ହେଉଛି ଲାକ୍ଷାଦ୍ବୀପ । ବିଭିନ୍ନ ଟୁରିଷ୍ଟ ଟ୍ରିପ ସାଇଟରେ ମଧ୍ୟ ଲାକ୍ଷାଦ୍ବୀପକୁ ସର୍ଚ୍ଚ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଏବଂ ମାଳଦ୍ବୀପକୁ ଲୋକ ଯିବାକୁ ପସନ୍ଦ କରୁ ନାହାନ୍ତି । ଛୁଟି କାଟିବା ପ୍ଲାନ୍ କରିଥିବା ବ୍ୟକ୍ତି ଏବେ ପ୍ଲାନ୍ ବଦଳେଇ ଦେଉଛନ୍ତି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଭାରତ ବିରୋଧରେ ଟିପ୍ପଣୀ ଦେଇଥିଲା ମାଳଦ୍ବୀପ। ମାଳଦ୍ବୀପର ୩ ମନ୍ତ୍ରୀ ଏଥିପାଇଁ ନିଲମ୍ବିତ ବି ହୋଇଛନ୍ତି। ସୋସିଆଲ ମିଡିଆରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ ମାଳଦ୍ବୀପର ୩ ମନ୍ତ୍ରୀ ମରିୟମ ଶିଉନା, ମାଲଶା ସରିଫ ଏବଂ ମହଜୁମ ମାଜିଦ । ଭାରତ ବିରୋଧରେ ଅଭଦ୍ର ଭାଷାର ପ୍ରୟୋଗ କରିଥିବାରୁ ରାଷ୍ଟ୍ରପତି ମୁଇଜୁଙ୍କ ସରକାର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ୩ ମନ୍ତ୍ରୀ ଦେଇଥିବା ଅଭଦ୍ର ଟିପ୍ପଣୀ ତାଙ୍କର ବ୍ୟକ୍ତିଗତ ବୋଲି କହିଛି ମାଳଦ୍ବୀପ।

https://www.instagram.com/p/C11NYMNS_j0/?utm_source=ig_embed&ig_rid=fb916df0-d1a1-4165-a6ae-275930fa2264