ସେଣ୍ଟ ଜଜ ପାର୍କରେ ଆଜି ଭାରତକୁ ଭେଟିବ ଦକ୍ଷିଣ ଆଫ୍ରିକା, ବର୍ଷା ସାଜିପାରେ ବାଧକ

1 min read

କେପ୍ ଟାଉନ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟି-ଟ୍ବେଣ୍ଟି । ଦକ୍ଷିଣ ଆଫ୍ରିକାର ପୋର୍ଟ ଏଲିଜାବେଥର ସେଣ୍ଟ ଜଜ ପାର୍କରେ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳ ଆରମ୍ଭ ହେବ । ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଏହି ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି ।

ଶୁବମନ ଗିଲ୍, କୁଲଦୀପ ଯାଦବ, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡ଼େଜା ଦିନିକଆ ବିଶ୍ବକପ୍ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ବର୍ଷା ବାଧାଦେଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା । ତେବେ ଆଜି ବି ମ୍ୟାଚରେ ବର୍ଷା ବାଧାଦେବା ଆଶଙ୍କା ରହିଛି । ତେବେ ଆକାଶ ମେଘାଚ୍ଛନ ରହିଥିବାରୁ ଦ୍ରୁତ ବୋଲରଙ୍କୁ ପିଚ୍ ସୁହାଇପାରେ । ଏଥିପାଇଁ ଉଭୟ ଦଳ ତରଫରୁ ସ୍ବତନ୍ତ୍ର ରଣନୀତି କରାଯାଇଛି ।