ପାକିସ୍ତାନ ସୀମାନ୍ତ ୪ ରାଜ୍ୟ ସହ ୨ କେନ୍ଦ୍ରଶାସିତ ଅଂଚଳରେ ସିଭିଲ ଡିଫେନ୍ସ ମକଡ୍ରିଲ
1 min read
ନନ୍ଦିଘୋଷ ବ୍ୟୁରୋ: ପୁଣି ଥରେ ବଢ଼ିଲା କି ଯୁଦ୍ଧ ଆଶଙ୍କା ? ପାକିସ୍ତାନ ଉପରେ ପୁଣି ଆକ୍ରମଣ କରିପାରେ କି ଭାରତ ? ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଅନୁଯାୟୀ ଅପରେସନ୍ ସିଲ୍ଡ ଅଧୀନରେ ପାକିସ୍ତାନ ସୀମାନ୍ତ ୪ ରାଜ୍ୟ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ସିଭିଲ ଡିଫେନ୍ସ ମକଡ୍ରିଲ ମକଡ୍ରିଲ । ଜମ୍ମୁ-କଶ୍ମୀର, ପଞ୍ଜାବ, ଚଣ୍ଡିଗଡ଼, ହରିଆଣା, ରାଜସ୍ଥାନ ଓ ଗୁଜରାଟରେ ହେବ ମକଡ୍ରିଲ । ଯୁଦ୍ଧ ସମୟରେ ଏୟାର ଷ୍ଟ୍ରାଇକରୁ ବର୍ତ୍ତିବାକୁ ନେଇ ମକଡ୍ରିଲ ଆୟୋଜନ କରାଯିବ । ଭାରତ-ପାକିସ୍ତାନ ଲଢ଼େଇ ବେଳେ ଡ୍ରୋନ ଓ ମିସାଇଲ ଆକ୍ରମଣରେ ଶିକାର ହୋଇଥିବା ରାଜ୍ୟଗୁଡ଼ିକରେ ପୁଣି ମକଡ୍ରିଲ ହେବ। ମକଡ୍ରିଲ ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯିବ । ଅପରେସନ ସିନ୍ଦୂରର କିଛି ଘଣ୍ଟା ପୂର୍ବରୁ ମେ’ ୭ ତାରିଖରେ ସମଗ୍ର ଦେଶରେ ଅପରେସନ ଅଭ୍ୟାସ ନାଁରେ ମକଡ୍ରିଲ ଆୟୋଜନ ହୋଇଥିଲା । ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ସୀମାନ୍ତ ଅଞ୍ଚଳକୁ ଲାଗିରହିଥିବା ପଞ୍ଜାବର ସମସ୍ତ ସୀମାନ୍ତ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଥିଲା। ପାକିସ୍ତାନ ସହ ବିବାଦକୁ ଦୃଷ୍ଟିରେ ରଖି ଦେଶର ୬ ସୀମାନ୍ତ ରାଜ୍ୟରେ ପୁଣି ମକଡ୍ରିଲ ଆୟୋଜିତ ହେବାକୁ ଯାଉଛି । ତେବେ ଗତ ମେ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମକଡ୍ରିଲ ପ୍ରଶାସନିକ କାରଣରୁ ସ୍ଥଗିତ ରଖାଯାଇଥିଲା ।