ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ : ପୁରୀ ସହ ତଟବର୍ତ୍ତୀ ଅଞ୍ଚଳରେ ହାଇଆଲର୍ଟ
1 min read
ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ ନେଇ ପୁରୀରେ କଡ଼ା ସୁରକ୍ଷା । ପୋଲିସ ପକ୍ଷରୁ ରାତିରେ କଡ଼ାକଡ଼ି ଯାଞ୍ଚ ହୋଇଥିଲା । ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯିବା ସହ ଶ୍ରୀମନ୍ଦିର ଚାରିପାଖେ ସ୍ଵତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ରାତିରେ ଚେକିଂ କଡାକଡି ହେବା ସହ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ହାଇ ହାଇଆଲର୍ଟ ଜାରି କରାଯାଇଛି । ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳ ହାଇଆଲର୍ଟରେ ରହିଛି । ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସତର୍କ ରହିଛି ଓଡ଼ିଶା । ଅନ୍ୟପଟେ ଆଜି ଚାନ୍ଦିପୁରରେ ଜରୁରୀ ବୈଠକ ବସିବ । ଅପରାହ୍ନ ୨ଟାରେ DRDO ଚାନ୍ଦିପୁରରେ ବୈଠକ ବସିବା ନେଇ ସୂଚନା ରହିଛି । ଏହି ବୈଠକରେ ଯୁଦ୍ଧ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ନେଇ ହେବ ଆଲୋଚନା ହେବ