୧୮ ତାରିଖ ଯାଏ ବଢିଲା ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି

ନନ୍ଦିଘୋଷ ବ୍ୟୁରୋ : ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ଡିଜିଏମଓ ସ୍ତରୀୟ ବୈଠକରେ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛି । ଭାରତର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଓ ପାକିସ୍ତାନର ଡିଜିଏମଓ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ମଧ୍ୟରେ ବସିଥିବା ବୈଠକ ପରେ ଏହାକୁ ଅବଧିକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛି ।

ସେପଟେ ଅପରେସନ୍ ସିନ୍ଦୂର ଥିଲା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଲଢେଇ । ପାକିସ୍ତାନ କିନ୍ତୁ ସହଜରେ ଏହାକୁ ଗ୍ରହଣ କରିପାରିନି । ପାକିସ୍ତାନ ବିରୋଧରେ ସାମରୀକ କାର୍ଯ୍ୟାନୁଷ୍ଠାନ ସାମୟୀକ ଭାବେ ସ୍ଥଗିତ ରଖିଛି ଭାରତ । କିନ୍ତୁ ପରବର୍ତ୍ତି ଅବସ୍ଥାରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ ଓ ଭାରତର ସୀମା ଭିତରକୁ ଡ୍ରୋନ ଛାଡି ଯେଉ ଅପଚେଷ୍ଟା କଲା ସେଥିରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢିଯାଇଛି । ପାକିସ୍ତାନ ନିଜ ମାଟିରୁ ଆତଙ୍କାବଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନକଲେ ଭାରତ ସହିତ ସମ୍ପର୍କରେ କୌଣସି ଉନ୍ନତ୍ତି ଆସିବ ନାହିଁ । ଭାରତ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ଉପରେ ପୁର୍ନବିଚାର କରିବା ପାଇଁ ପାକିସ୍ତାନ ଗୁହାରି କରୁଛି । ଯାହାକୁ ଭାରତ ସିଧା ସିଧା ପ୍ରତ୍ୟାକ୍ଷାନ କରିଦେଇଛି ।