ପାକିସ୍ତାନକୁ କଡ଼ା ଜବାବ ଦେଲେ ଭାରତୀୟ ସେନା, ସାମ୍ନାକୁ ଆସିଲା ନୂଆ ଭିଡିଓ..

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ପ୍ରତିଦିନ ଆସୁଛି ନୂଆ ନୂଆ ଖବର । ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦେଇଛି । ପାକିସ୍ତାନ ବାରମ୍ବାର ଅସ୍ତ୍ର ବିରତି ଉଲଙ୍ଘନ କରୁଥିବାବେଳେ ଭାରତୟ ସେନା ମୁହଁତୋଡ଼ ଜବାବ ଦେଇଛି । ତେବେ ପାକିସ୍ତାନୀ ପୋଷ୍ଟ ଏବଂ ବଡ଼ ବଡ଼ ଟାଓ୍ବାର ଗୁଡ଼ିକ ଧ୍ବଂସ କରିଛି ଭାରତ । ସାମ୍ନାକୁ ଏକ ଭିଡିଓ ଆସିଥିବାବେଳେ ଏବେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏଥିରେ ଜଣେ ଯବାନ କହିଛନ୍ତି କି, ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ଏଭଳି କଡ଼ା ଜବାବ ଦିଆଯାଇଛି କି, ପାକିସ୍ତାନର ବହୁ ପିଢ଼ି ପର୍ଯ୍ୟନ୍ତ ମେନ ରହିବ । ଏବଂ ଆତଙ୍କବାଦୀଙ୍କୁ ଉଚିତ୍ ଜବାବ ଦିଆଯାଇଛି । ତେବେ ସେନା ପକ୍ଷରୁ କୁହାଯାଇଛି କି, ଏହା ପ୍ରତିଶୋଧ ନୁହେଁ ବରଂ ନ୍ୟାୟ ପ୍ରଦାନ କରାଯାଇଛି । ସେପଟେ ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ କହିଛନ୍ତି କି, ଅସ୍ତ୍ର ବିରତି ହୋଇଥିଲେ ସୁଦ୍ଧା ପାକିସ୍ତାନ ଉପରେ କଡ଼ା ନଜର ରଖାଯାଇଛି । ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇ ଜାରି ରହିଥିଲା ଏବଂ ରହିବ । ଏପରିକି ଅପରେସନ ସିନ୍ଦୂର ଏବେ ମଧ୍ୟ ଜାରି ରହିଛି ।