ଥମୁନି କରୋନା କହର: ୨୪ ଘଣ୍ଟାରେ ୫୬ ହଜାର ଟପିଲା ସଂକ୍ରମଣ

ICMR Says Population Far From Developing Herd Immunity Against Covid 19 Harshvardhan

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା କହର । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ  ୫୬ ହଜାର ୨୧୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୩୭ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୨୭୧ ଜଣଙ୍କର ଜୀବନ ନେଇଛି ଏହି ଭାଇରସ ।

ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ ଜଣ ସଂକ୍ରମିତ ହେଲେଣି। ସେହିପରି ଏପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ ସୁସ୍ଥ ହେଲେଣି ।

ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି କରୋନା । ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ କରୋନାକୁ ନେଇ ମହାରାଷ୍ଟ୍ରରେ ସ୍ଥିତି ବିଗୁଡୁଥିବା ବେଳେ, ରାଜ୍ୟରେ ଲକଡାଉନ୍ ଲାଗୁ କରିବାକୁ ସଙ୍କେତ ଦେଇଛନ୍ତି ଉଦ୍ଧବ ଠାକରେ । ଯାହାକୁ ବିରୋଧ କରିଛନ୍ତି ଏନସିପି ଓ ବିଜେପି । ପୂର୍ବରୁ ୨୮ ତାରିଖ ରାତିରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି କର୍ଫ୍ୟୁ । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି।

Leave a Reply