୧୩୨ ଦିନ ପରେ ଦେଶରେ ୪୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

1 min read
India reports 47,262 new COVID19 cases

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ଲଗାତାର ବୃଦ୍ଧି ଘଟୁଛି । ଗତବର୍ଷ ଆଜିର ଦିନରେ କେନ୍ଦ୍ର ସରକାର ଲକଡାଉନ୍ ଲାଗୁ କରିଥିଲେ । ତେବେ ଆଜି ଯାଏ କରୋନା ଭାଇରସର ପ୍ରଭାବ କମିନି । ସଂକ୍ରମଣ ମାମଲା ପୁଣି ଥରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ୧୩୨ ଦିନ ପରେ ପ୍ରଥମଥର ଲାଗି ୪୭ ହଜାରରୁ ଅଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟାରେ ଦେଶରେ ୪୭ ହଜାର ୨୬୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିୂବା ବେଳେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ବିଗତ ୨୪ ଘଣ୍ଟାରେ କରୋନାରୁ ୨୩ ହଜାର ୯୦୭ ଜଣ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସରେ ୪୭ ହଜାର ୯୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଏଯାବତ୍ ଦେଶରେ ୧ କୋଟି ୧୭ ଲକ୍ଷ ୩୪ ହଜାର ୫୮ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧ କୋଟି ୧୨ ଲକ୍ଷ ୫ ହଜାର ୧୬୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୩ ଲକ୍ଷ ୬୮ ହଜାର ୪୫୭ଟି ସକ୍ରିୟ ମାମଲା ରହିଛି । କରୋନାରେ ୧ ଲକ୍ଷ ୬୦ ହଜାର ୪୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଯାଏ ଦେଶରେ ୫ କୋଟି ୮ ଲକ୍ଷ ୪୧ ହଜାର ୨୮୬ ଜଣଙ୍କୁ କୋଭିଟ୍ ଟିକା ଦିଆଯାଇଛି ।

Leave a Reply