spot_img

Latest Posts

ଟ୍ରମ୍ପଙ୍କ ଟାରିଫ ପ୍ରହାର ପରେ, ସେୟାର ମାକେର୍ଟରେ ହଇଚଇ

ନନ୍ଦିଘୋଷ ବ୍ୟୁରୋ : ଟ୍ରମ୍ପଙ୍କ ଟାରିଫ ପ୍ରହାର ପରେ ଖସିଲା ସେୟାର ମାର୍କେଟ । ସେନସେକ୍ସ ୬ ଶହ ପଏଣ୍ଟରୁ ଅଧିକ ଓ ନିଫଟି ୧୫୦ ପଏଣ୍ଟରୁ ଅଧିକ ଖସିଛି। ଗତକାଲି ଟ୍ରମ୍ପ ଘୋଷଣା କରିଥିଲେ ଯେ, ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗିବ। ଏହା ପରଠ ଆଶଙ୍କା କରାଯାଉଥିଲା, ସେୟାର ମାର୍କେଟ ଉପରେ ଏହାର ପ୍ରଭାବ ପଡ଼ିବ। ସତକୁ ସତ ସେହି ଆଶଙ୍କା ସତ୍ୟରେ ପରିଣତ ହୋଇଛି।ଆସନ୍ତାକାଲିଠାରୁ ନୂଆ ଟାରିଫ ଲାଗୁ ହେବ। ରୁଷରୁ ଭାରତର ତୈଳ ଆମଦାନୀ ଏବଂ ଦୀର୍ଘ ଦିନ ଧରି ରହିଥିବା ବାଣିଜ୍ୟିକ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି ଟ୍ରମ୍ପ। ନିଜର ଟ୍ରୁଥ ସୋସିଆଲରେ ସେ କହିଛନ୍ତି- ଭାରତକୁ ଆମେରିକାର ବନ୍ଧୁ ରାଷ୍ଟ୍ର ଭାବେ ଗ୍ରହଣ କରାଯାଉଥିଲେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସୀମିତ ରହିଛି। ଭାରତ ଏକ ବନ୍ଧୁ ରାଷ୍ଟ୍ର ହୋଇଥିଲେ ବି ଭାରତ ସହ ଆମେରିକା କମ ବାଣିଜ୍ୟ କରିଛି। କାରଣ ଭାରତର ଟାରିଫ ଅଧିକ ରହିଆସିଛି। ଏହା ସହ ରୁଷ ସହିତ ଭାରତର ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କ ବି ଏହି ଟାରିଫ ବୃଦ୍ଧିର ଅନ୍ୟ ଏକ କାରଣ ହୋଇଛି। ଗତ ଏପ୍ରିଲରେ ଭାରତର ସାମଗ୍ରୀ ଉପରେ ୨୭ ପ୍ରତିଶତ ଟାରିଫ ଲାଗୁ କରିବାକୁ ସୂଚନା ଦେଇଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ଜାରି ରହିଥିଲା। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଭାରତ ତରଫରୁ କୁହାଯାଇଛି, ଦେଶର ହିତ ଦୃଷ୍ଟିରୁ ଯାହା ଦରକାର ଆମେ ପଦକ୍ଷେପ ନେବୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ତରଫରୁ କୁହଯାଇଛି, ଆମେରିକାର ସହିତ ଉପଯୁକ୍ତ ବାଣିଜ୍ୟ ନେଇ ବୁଝାମଣା କରାଯିବ। ଗତ କିଛି ମାସ ଧରି ଏହା ଜାରି ରହିଛି। ଚାଷୀ, ଏମଏସଏମଅ ଓ ଉଦ୍ଯୋଗୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦିଆଯିବ ବୋଲି କୁହାଯାଇଛି। ଆଜି ମଧ୍ୟ ଭାରତ ଓ ରୁଷ ଉପରେ ବର୍ଷିଛନ୍ତି ଟ୍ରମ୍ପ। ଭାରତ-ରୁଷ ସଂପର୍କ ନେଇ ସେ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ଆଇ ଡୋଣ୍ଟ କେୟାର୍ ଦି ଡେଡ୍ ଇକୋନମି। ରୁଷିଆ ଓ ଭାରତର ଅର୍ଥନୀତି ବୁଡ଼ିଯିବ ବୋଲି କହିଛନ୍ତି ଟ୍ରମ୍ପ।

Latest Posts

Don't Miss