spot_img

Latest Posts

ଭାରତ- ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ : ଆଜି ଦ୍ବିତୀୟ ଦିନ

ନନ୍ଦିଘୋଷ ବ୍ୟୁରୋ: ଭାରତ- ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ଯାଚର ଆଜି ଦ୍ବିତୀୟ ଦିନ । ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ବ୍ଯାଟିଂ କରି ୬ ୱିକେଟ ହରାଇ ୨୪୭ ରନ କରିଛି । ଆଜି ପୁଣିଥରେ ଖେଳ ଆରମ୍ଭ କରିବ ଭ୍ରମଣକାରୀ ଦଳ । ଗୁଆହାଟୀରେ ସକାଳ ୯ଟାରୁ ଆରମ୍ଭ ହେବ ମ୍ଯାଚ । ଦୁଇଟିକିଆ ଟେଷ୍ଟ ସିରିଜରେ ପ୍ରଥମ ଟେଷ୍ଟ ୩୦ ରନରେ ଜିତି ୧-୦ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା । ତେଣୁ ଏହି ଟେଷ୍ଟ ଜିତି ସିରିଜ ବରାବର କରିବା ଲକ୍ଷରେ ରହିଛି ଟିମ୍ ଇଣ୍ଡିଆ । ଗତକାଲି ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକ ଟସ ଜିତି ପ୍ରଥମେ ବ୍ଯାଟିଂ କରିଥିଲା । ଦଳପକ୍ଷରୁ ତ୍ରିଷ୍ଟାନ ଷ୍ଟବ୍ସ ସର୍ବାଧିକ ୪୯ ଓ ତେମ୍ବା ବାଭୁମା ୪୧ ରନ କରିଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ଯଶପ୍ରିତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଆଜି ୨୪୭ ରନରୁ ପୁଣି ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା ।

Latest Posts

Don't Miss