ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଏମିତି ରହିବ ଭାରତୀୟ ଦଳ

1 min read

ନନ୍ଦିଘୋଷ ବ୍ୟୁରୋ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି । ନିକଟରେ ଅଷ୍ଟ୍ରେଲିଆକୁ ହରାଇଥିବା ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖାଯାଇଛି ।  ଭାରତୀୟ ଟିମ ଏବେ ଦମଦାର ଫର୍ମରେ ରହିଥିବାବେଳେ ଦଳରେ କାହାକୁ ମିଳିବ ସ୍ଥାନ? ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ବାଡ ଖେଳିବାର ସୁଯୋଗ ପାଇନପାରନ୍ତି । ଶୁଭମନ ଗିଲ ଦଳକୁ ଫେରିଥିବାବେଳେ ସେ ଓପନିଂ କରିବେ । ତାଙ୍କ ସହ ଜୟସ୍ବାଲ ପାଳି ଆରମ୍ଭ କରିବେ । ସେପଟେ ଶ୍ରେୟସ ଏବଂ ରିଙ୍କୁ ମିଡିଲ ଅର୍ଡର ସମ୍ଭାଳିବେ।

ସମ୍ଭାବ୍ୟ ଭାରତୀୟ ଦଳ: ଶୁଭମନ ଗିଲ୍, ଜଶସ୍ବୀ ଜୟସ୍ବାଲ, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟାର, ରିଙ୍କୁ ସିଂହ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା, ମୁକେଶ କୁମାର, ରବି ବିଷ୍ଣୋଇ, ସିରାଜ ଏବଂ ଅର୍ଶଦୀପ ସିଂ