ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା; ପ୍ରଥମ ମ୍ୟାଚରେ ରାହାଣେ ଅଧିନାୟକ

1 min read

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଉଛି ଭାରତୀୟ ଦଳ । ଆଜି ବିସିସିଆଇ ୧୬ ଜଣିଆ ଦଳ ଘୋଷଣା କରିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟରୁ ପ୍ରଥମ ମ୍ୟାଚରେ ଅଧିନାୟକତ୍ବ ଭାର ତୁଲାଇବେ ଆଜିଙ୍କେ ରାହାଣେ ଓ ଚେତେଶ୍ବର ପୂଜାର ଉପ ଅଧିନାୟକତ୍ବ ଦାୟିତ୍ବ ତୁଲାଇବେ । ଏହି ଟେଷ୍ଟ ସିରିଜରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଅଧିନାୟକତ୍ବ ଭାର ତୁଲାଇବେ ।

ଏହା ବ୍ୟତୀତ ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀଙ୍କୁ ଏହି ଦୁଇଟି ମ୍ୟାଚ ପାଇଁ ଚୟନ କରାଯାଇନାହିଁ । ହନୁମା ବିହାରୀଙ୍କ ସ୍ଥାନରେ ଶ୍ରେୟାସ ଆୟରଙ୍କୁ ୧୬ ଜଣିଆ ଟିମରେ ମିଳିଛି ସୁଯୋଗ । ଭାରତୀୟ ଦଳର ଦୁଇ ପେସ୍ ବୋଲର ମହମ୍ମଦ ଶାମି ଓ ଜଶପ୍ରୀତ ବୁମ୍ରାଙ୍କ ମଧ୍ୟ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ସ୍ଥାନରେ କେଏସ ଭାରତଙ୍କୁ ମଧ୍ୟ ଏହି ଦଳରେ ସୁଯୋଗ ମିଳିଛି ।

ଘୋଷଣା ହୋଇଥିବା ଦଳ: ଆଜିଙ୍କେ ରାହାଣେ( ଅଧିନାୟକ), ଚେତେଶ୍ବର ପୂଜାରା( ଉପ-ଅଧିନାୟକ), କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ଶୁଭମନ ଗିଲ୍, ଶ୍ରେୟାସ ଆୟର, ରିଦ୍ଧିମାନ ଶାହା, କେଏସ ଭରତ, ରବିନ୍ଦ୍ର ଜାଡେଜା, ରବି ଚନ୍ଦ୍ରନ ଅଶ୍ବିନୀ, ଅକ୍ସର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।

Leave a Reply