୨୦୨୩ରେ ଭାରତ ହେବ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ, ପଛରେ ପଡିଯିବ ଚୀନ୍

ନନ୍ଦିଘୋଷ ବ୍ୟୁରୋ: ଚୀନ ଏବଂ ଭାରତ  । ଉଭୟ ଦେଶ ବିଶ୍ୱର ସର୍ବ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶ  । ଚୀନରେ ସବୁଠାରୁ ଅଧିକ ଲୋକ ବାସ କରୁଥିବାବବେଳେ ଭାରତର ସମୁଦାୟ ଜନସଂଖ୍ୟା ଦ୍ୱିତୀୟ ସ୍ଥାନରେ ରହିଛି  । ଏହି ରେକର୍ଡ କିନ୍ତୁ ଆଉ ବେଶି ଦିନ ତିଷ୍ଠି ରହିବ ନାହିଁ  । କିଛି ମାସ ପରେ ବଦଳିଯିବ ଚିତ୍ର  । ୟୁନାଇଟେଡ ନେସନ ତଥା ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ମୁତାବକ ଚୀନକୁ ଖୁବ କମ ଦିନରେ ଟପିଯିବ ଭାରତ  । ଅର୍ଥାତ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ର ତାଲିକାରେ ଆଗାମୀ ବର୍ଷ ଶୀର୍ଷରେ ଭାରତ ରହିବାକୁ ଯାଉଛି  ।

ଏସିଆରେ କେବଳ ୬୧ ପ୍ରତିଶତ ଲୋକ

ବିଶ୍ୱ ଜନସଂଖ୍ୟା ଦିବସରେ ସଂଯୁକ୍ତ ରାଷ୍ଟ୍ର ଏକ ରିପୋର୍ଟ ପ୍ରକାଶ କରିଛି  । ସୋମବାର ଏହି ରିପୋର୍ଟକୁ ପ୍ରକାଶିତ କରାଯାଇଛି  । ମିଳିଥିବା ସୂଚନା ମୁତାବକ ଆସନ୍ତାବର୍ଷ ଅର୍ଥାତ ନଭେମ୍ବର ୨୦୨୨ ସୁଦ୍ଧା ବିଶ୍ୱରେ ସମୁଦାୟ ଜନସଂଖ୍ୟା ୮ ଆରବ ହେବାକୁ ଯାଉଛି  । ମହାଦେଶୀୟ ତଥ୍ୟକୁ ହିସାବକୁ ନେଲେ ବର୍ତ୍ତମାନ ୪.୭ ଆରବ ସହ ଏସିଆ ମହାଦେଶ ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମବାଦେଶ  । କହିବାକୁ ଗଲେ ସମଗ୍ର ବିଶ୍ୱରେ ଯେତିକି ଲୋକ ବାସ କରନ୍ତି  । ତାହାର ୬୧ ପ୍ରତିଶତ ଲୋକ କେବଳ ଏସିଆ ମହାଦେଶରେ ହିଁ ବାସ କରୁଛନ୍ତି  । ଏହାପରେ  ରହିଛି ଆଫ୍ରିକା  । ଆଫ୍ରିକା ମହାଦେଶର ଜନସଂଖ୍ୟା୧.୩ ଆରବ ଅର୍ଥାତ ୧୭ ପ୍ରତିଶତ  । ଆଫ୍ରିକା ପରେ ତୃତୀୟ ସ୍ଥାନରେ ରହିଛି ୟୁରୋପ ମହାଦେଶ  । ସମୁଦାୟ ଜନସଂଖ୍ୟା ୭୫ କୋଟି ଅର୍ଥାତ ସମୁଦାୟ ଜନସଂଖ୍ୟାର ୧୦ ପ୍ରତିଶତ  । ଚତୁର୍ଥ ସ୍ଥାନରେ ଲାଟିନ ଆମେରିକା ରହିଛି  । ବର୍ତ୍ତମାନ ଏହି ମହାଦେଶରେ ସମୁଦାୟ ୬୫ କୋଟି ଲୋକ ଅର୍ଥାତ ୮ ପ୍ରତିଶତ ଜନସଂଖ୍ୟା ରହିଛି  । ସେହିପରି ୩୭ କୋଟି ଜମସଂଖ୍ୟା ବିଶିଷ୍ଟ ଉତ୍ତର ଆମେରିକା ପରେ ମାତ୍ର ୪.୩ କୋଟି ଜନସଂଖ୍ୟା ବିଶିଷ୍ଟ ଓସିନିଆ ରହିଛି  ।

ଖସିବାରେ ଲାଗିଛି ଚୀନ ଜନସଂଖ୍ୟା

ବିଶ୍ୱ ଜନସଂଖ୍ୟା ଆକଳନ ରିପୋର୍ଟ ମୁତାବକ ୨୦୧୯ ମସିହା ସୁଦ୍ଧା, ବର୍ତ୍ତମାନ ଚୀନର ଜନସଂଖ୍ୟା ୧.୪୪ ଆରବ  । ଯାହା ବିଶ୍ୱରେ ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ପରିଗଣିତ  । ଏଥିସହିତ ୧.୩୯ ଆରବ ସହ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ  । ଯଦି ଏହି ହିସାବକୁ ପ୍ରତିଶତରେ ଦେଖାଯାଏ, ତେବେ ଚୀନର ଜନସଂଖ୍ୟା ୧୯ ପ୍ରତିଶତ ରହିଥିବାବେଳେ ଭାରତର ଜନସଂଖ୍ୟା ରହିଛି ୧୮ ପ୍ରତିଶତ  । ତେବେ ସଂଯୁକ୍ତ ରାଷ୍ଟ୍ରର ସୂଚନା ମୁତାବକ ୨୦୧୯ ଜନସଂଖ୍ୟା ଆକଳନ ଅନୁସାରେ ୨୦୫୦ ମସିହାରେ ଚୀନ ତାହାର ସମୁଦାୟ ଜନସଂଖ୍ୟାରେ ବ୍ରେକ ଲଗାଇବାକୁ ଯାଉଛି  । ଅର୍ଥାତ ୨୦୫୦ ମସିହା ସୁଦ୍ଧା ୩.୧୪ କୋଟି ଅବା ୨.୨ ପ୍ରତିଶତ ଜନସଂଖ୍ୟା ହ୍ରାସ ଘଟାଇବାକୁ ଯାଉଛି  । ସେପଟେ ଭାରତରେ ବୃଦ୍ଧି ଘଟୁଥିହା ଜନସଂଖ୍ୟାକୁ ପରିଲିଖିତ କରି ରିପୋର୍ଟ କହିଛି ୨୦୨୩ ମସିହା ସୁଦ୍ଧା ଭାରତ ଚୀନକୁ ଅତିକ୍ରମ କରି ବିଶ୍ୱର ଜନସଂଖ୍ୟା ବିଶିଷ୍ଟ ଦେଶ ଭାହେ ପ୍ରଥମ ସ୍ଥାନ ଦଖଲ କରିବ  ।